ଜୁନାଗଡ଼ ୧୮/୧୨/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଚିଚୈଗୁଡା ଠାରେ ପି ଏମ ଶ୍ରୀ ୫୪ତମ ବାର୍ଷିକ କ୍ରୀଡା ଉତ୍ସବ ଗତ ୧୩ ତାରିଖ ରେ ଚିଚୈଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ପରମେଶ୍ବର ମେହେର ଙ୍କ ଦ୍ଵାରା ଉଦଘାଟିତ ହୋଇ ଗତ ୧୬ ତାରିଖ ରେ ମହା ସମାରୋହ ରେ ଉଦଯାପିତ ହୋଇଯାଇଛି ।ଉଦଯାପନୀ ଉତ୍ସବ ରେ ପ୍ରଥମେ ଦୀପ ପ୍ରଜ୍ବଳନ କରାଯାଇ ଛାତ୍ରୀ ନିବେଦିତା ନ।ଏକ ,ସାନିଆ ମେହେର ଏବଂ ଟିମ୍ ଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ।
ଉଦଘାଟନ ଉତ୍ସବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଧୀର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାକୁ ଉଦଘାଟନ କରିଥିଲେ ।ଏଥିରେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୂପ ସିଂହ ରାଉତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତପନ ମାଝୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ମେହେର ଯୋଗଦାନ କରିଥିଲେ । ସଭାରେ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶକ୍ତି ପ୍ରସାଦ ମେହେର ସଭାପତିତ୍ବ କରିଥିବା ବେଳେ ଓ ପ୍ରେମଲାଲ ବାଗ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।ଏହି କ୍ରୀଡା ଉତ୍ସବ ରେ ବିଦ୍ୟାଳୟର ସିନିୟର୍ ,ଜୁନିଅର୍ ଓ ସବ ଜୁନିଅର ବିଭାଗରେ ଛାତ୍ରଛାତ୍ରୀ ୨୮ ପ୍ରକାର ଖେଳ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ।
ଏଥି ବ୍ୟତୀତ ଖେଳ ଶିକ୍ଷକ ଶ୍ରୀ ଲକ୍ଷ୍ମୀ ମାଝୀ ଓ ଉପେନ୍ଦ୍ର ମେହେର ସହିତ ସଞ୍ଜୀବ ମେହେର ତଥା ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ମାଧ୍ୟମ ରେ କବାଡି,ଖୋ ଖୋ, ଭଲିବଲ୍,ବ୍ୟାଡମିଣ୍ଟନ , ରେଲି ରେସ ଭଲି ସ୍ପେସିଆଲ ପ୍ରତିଯୋଗିତାର ଆୟୋଜନ କରି କୃତି ଛାତ୍ରଛାତ୍ରୀ ଅନ୍ୱେଷଣ ରେ ସହଯୋଗ କରିଥିଲେ ।ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ଘନ କୁମାର ପରିଚାଳନା ଓ ସୂମୁଖି ମେହେର କରିଥିବାବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ସୁଧିର କୁମାର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ । ଏ ବର୍ଷ ର ଚାମ୍ପିଅନ ସିନିୟର୍ ବିଭାଗରେ ସୁରେନ୍ଦ୍ର ମାଝୀ (ବାଳକ) ଓ ଟିକି ମେହେର (ବାଳିକା) ଏବଂ ଜୁନିଅର ବିଭାଗ ରେ ରାହୁଲ ବାଗ (ବାଳକ) ହିମାଦ୍ରି ବିଶ୍ଵାଳ(ବାଳିକା) ଓ ସବ ଜୁନିଅର ବିଭାଗ ରେ ହରିଶ୍ଚନ୍ଦ୍ର ନିଆଲ (ବାଳକ) ଓ ଇଜିନା ମେହେର (ବାଳିକା) ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି।
