କଟକ ସଦର, ୨୧/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦେଶରେ ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିଵସ ରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପାଳନ ହେଉଥିବା ସେଵାପକ୍ଷ ପାଳନ ଅବସରରେ ଆଜି ରବିବାର ଦିନ କଟକ ସଦର ବିଜେପି ପକ୍ଷରୁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ କନ୍ଦରପୁର ଠାରେ ଏକ ମେଗା ରକ୍ତଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କନ୍ଦରପୁର ସ୍ୱ।ସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ତଥା ବିଧାୟକ ପ୍ରକାଶ ସେଠୀଙ୍କ ସଭାପତିତ୍ବରେ ଆୟୋଜିତ ‘ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରା, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, ରାଜ୍ୟ ମହିଳା କମିଶନ ସଦସ୍ୟା ପ୍ରତିଭା ଶତପଥୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ରଘୁନାଥପୁର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ରମାପଦ ବିଶ୍ୱ।ଳ, ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କନ୍ଦରପୁର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ କିଶନନଗର ମଣ୍ଡଳ ସଭାପତି ଙ୍କ ବ୍ୟତୀତ କନ୍ଦରପୁର ମଣ୍ଡଳ ସଭାପତି ନିରଂଜନ ରାଉଳ ଙ୍କ ସମେତ ସମସ୍ତ ମଣ୍ଡଳ ର ସଭାପତି ଓ କାର୍ଯ୍ୟକର୍ତ୍ତା ମାନେ ସହାୟତା କରିଥିଲେ। ଏହି ଅବସରରେ ଡାକ୍ତର ଜାଗୃତି ଜେନା, ଡାକ୍ତର ଜଗବନ୍ଧୁ ସାହୁ, କନ୍ଦରପୁର ସରପଂଚ ସୁବାସିନୀ ରାଉତ,ଧରିଣା ସରପଂଚ ରତ୍ନାକର ରାଉତ, ଫକିରପଡା ସରପଂଚ ମିଲି ସେଠୀ,ଵାରଦା ସରପଂଚ ନିରୋଜା ନଳିନୀ ଦାସ,ନାଟ୍ୟକାର ଅଶୋକ ପଟ୍ଟନାୟକ ପ୍ରମୁଖ ଙ୍କୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସମ୍ବର୍ଦ୍ଧିତ କରିଥିଲେ। ହେଲେ ଯେତେ ଲୋକ ଶିବିରରେ ଭିଡ ଜମାଇଥିଲେ ଆଶା କରାଯାଉଥିଲା ଯେ ୫୦୦ ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ ହେବ ବୋଲି। ହେଲେ ବିଧାୟକ ଙ୍କ ସମେତ ୩୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସମସ୍ତ ରକ୍ତଦାତା ଜୀଵନଦାତା ମାନଙ୍କୁ ବିଧାୟକ ଇଂ ସେଠୀ ଧନ୍ୟବାଦ ଅର୍ପଣ କରିଛନ୍ତି।
