କନ୍ଦରପୁର ମିନି ବ୍ୟାଙ୍କ ଅର୍ଥ ହଡ଼ପ ମାମଲାକୁ ୫ ବର୍ଷ ବିତିଲା, କାର୍ଯ୍ୟାନୁଷ୍ଠାନ ଦାବିରେ ଦାବିପତ୍ର ପ୍ରଦାନ 

କଟକ ସଦର ,୧୦/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କୃଷକ ସେଵା ସମବାୟ ସମିତି ଦ୍ୱାରା ପରିଚାଳିତ କଟକ ଜିଲ୍ଲାର ଏକ ଅଗ୍ରଣୀ କନ୍ଦରପୁର ମିନି ବ୍ୟାଙ୍କରେ ଗତ ୫ ବର୍ଷ ତଳେ ଜମାକାରୀଙ୍କ ୮୩ ଲକ୍ଷ ଟଙ୍କା ଚଞ୍ଚକତା କରି ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ କ୍ଷତିଗ୍ରସ୍ତ ଜମାକାରୀ ମାନଙ୍କ ସହିତ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ବ୍ୟାଙ୍କ୍ ସମ୍ମୁଖରେ ଧାରଣା ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା ।

ବିଭାଗୀୟ କର୍ତୃପକ୍ଷ ହଡ଼ପକାରୀ ଙ୍କ ଠାରୁ ହଡ଼ପ ଟଙ୍କା ଆଦାୟ ନକରି ଜମାକାରୀ ଙ୍କ ଲାଭାଂଶ ରୁ କ୍ଷତିଗ୍ରସ୍ତଙ୍କୁ ଫେରସ୍ତ କରିଥିଲେ। ଏଵେ ଏହି ମାମଲା ପୁଣି ମୁଣ୍ଡ ଟେକିଛି। ହଡ଼ପ ଟଙ୍କା ତୁରନ୍ତ ହଡ଼ପକାରୀ ଙ୍କ ଠାରୁ ଆଦାୟ କରାଯିଵା ସହିତ ଏବେ ଅନିୟମିତତା ମଧ୍ୟରେ ସମବାୟ ର ଆସବାବ ପତ୍ର ଵିକ୍ରିର ତଦନ୍ତ କରିବାକୁ ଆଜି ବୁଧବାର ଦିନ ଗୋକୁଳ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ଵରେ ଏକ ପ୍ରତନିଧି ମଣ୍ଡଳୀ ଭୁବନେଶ୍ୱର ଠାରେ ସମବାୟ ନିବନ୍ଧକ ଙ୍କ ଅନୁପସ୍ଥିତିରେ ଯୁଗ୍ମ ନିବନ୍ଧକ ଲକ୍ଷ୍ମୀଧର ସୁବୁଦ୍ଧି ଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଦୁଇ ସପ୍ତାହ ମଧ୍ୟରେ ସମସ୍ୟା ର ସମାଧାନ କରାନଗଲେ ବ୍ୟାଙ୍କ୍ ସମ୍ମୁଖରେ ଗଣଧାରଣା ଦିଆଯିବାକୁ ମଧ୍ୟ ଚେତାବନୀ ଦିଆଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵାଵୁଲି ସାହୁ, କିଶୋର ସାହୁ, ଉଲ୍ଲାସ ଚନ୍ଦ୍ର ହାତୀ, ପ୍ରଦୀପ୍ତ କୁମାର ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *