ସାହିତ୍ୟ ଛାତ୍ରଛାତ୍ରୀଙ୍କ ସଠିକ୍ ମାର୍ଗ ଦର୍ଶକ

ରାଉରକେଲା , ୨୪/୧୨/୨୦୨୪ (ଓଡ଼ିଶା ସମାଚାର/ ସସ୍ମିତା ପ୍ରଧାନ )- ଭାଷା ଯେତେ ସରଳ ହେବ ଆମ ସାହିତ୍ୟ ସେତେ ରୁଦ୍ଧିମନ୍ତ ହେବ,ସାହିତ୍ୟ ରୁଦ୍ଧିମନ୍ତ ହେଲେ ଆମ ସଂସ୍କ୍ରୁତି ସମ୍ରୁଦ୍ଧ ହେବ,ସଂସ୍କ୍ରୁତି ସମ୍ରୁଦ୍ଧ ହେଲେ ଆମ ପିଲାଙ୍କର ସଠିକ ମାର୍ଗ ଦର୍ଶକ ସାଜିବ । ଏହା ଥିଲା ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଆୟୋଜିତ ରାଉରକେଲା ସାହିତ୍ୟ ସଂସଦର ଶିଶୁ ମହୋତ୍ସବ ଓ ସାରସ୍ବତ ସମାରୋହରେ ମୁଖ୍ୟବକ୍ତା ପ୍ରଫେସର ଡ.ଶ୍ୟାମ ପ୍ରସାଦ ସ୍ବାଇଁ ଙ୍କ ଅଭିଭାଷଣ । ସଂସଦର କାର୍ୟ୍ୟକାରୀ ସଭାପତି ଅନିଲ କୁମାର ଦାଶଙ୍କ ସଭାପତିତ୍ବ ଓ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ସେ ଆହୁରି ମଧ୍ୟ ଅନେକ ମହାଭାରତ ରାମାୟଣରୁ ଆରମ୍ଭ କରି କବି ଯଦୁମଣି,ଶାରଳା ଦାସ, ଜଗନ୍ନାଥ ଦାସଙ୍କ ଜୀବନରେ ଘଟିଥିବା ଶିକ୍ଷଣୀୟ ଘଟଣାବଳି ଅବତାରଣା କରିଥିଲେ । ମୁଖ୍ୟଅତିଥି ଭାବେ ଇଂ ଗୋପିନାଥ ପଟ୍ଟନାୟକ ଯୋଗଦାନ କରି ସଂସଦ ହାତକୁ ନେଇଥିବା ବିଭିନ୍ନ କାର୍ୟ୍ୟକ୍ରମକୁ ପ୍ରଶଂସା କରିବା ସହ ଭାଷା ସାହିତ୍ୟର ବିକାଶ ପାଇଁ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟତମ ବରେଣ୍ୟ ଅତିଥି ରଶ୍ମିତା ପଣ୍ଡା ତାଙ୍କର ଭାଷା ସାହିତ୍ୟକୁ ନେଇ ଦୀର୍ଘଦିନର ଅଭିଜ୍ଞତା ପିଲାମାନଙ୍କୁ ବର୍ଣ୍ଣନା କରିଥିଲେ । ସଂସଦର ସଭାପତି ବିଜୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ଆସନ୍ତା ଏପ୍ରିଲ୍ ମାସରେ ସଂସଦ ତା’ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରିବ ବୋଲି ପ୍ରକାଶ କରିଥିଲେ । ସଂସଦର ସଂପାଦିକା ଶ୍ରୀମତୀ ନିରୁପମା ପତି ମଂଚ ପରିଚାଳନା କରିଥିଲେ ।ଏହି ଅବସରରେ ବିଭିନ୍ନ ସ୍କୁଲରେ କରାଯାଇଥିବ ପ୍ରତିଯୋଗୀତାରେ କ୍ରୁତକାର୍ୟ୍ୟ ହୋଇଥିବା ୧୫ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଗୁରୁ ଜ୍ୟୋତିର୍ମୟ ଆଚାର୍ୟ୍ୟ ଓ ସାଥିଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇ ଥିଲା । ଉପସଭାପତି ରମେଶ ଚନ୍ଦ୍ର ବାରିକ ସ୍ବାଗତ ଅଭିଭାଷଣ ଦେଇଥିଲା ବେଳେ କାର୍ୟ୍ୟକାରୀ ସଭାପତି ଅତିଥି ପରିଚୟ ପରିଚୟ ପ୍ରଦାନ କରିଥିଲେ । ଦ୍ବିତିୟ ପର୍ୟ୍ୟାୟରେ ଶ୍ରୀମତୀ କଲ୍ୟାଣୀ ଦାସ ସମ୍ମାନୀତ ଅତିଥି , କବୀ ଓ ସୁଲେଖିକା ବିଜୟ ଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ବରେ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ବସନ୍ତ ବିଶ୍ବକର୍ମା, ଗୀତିକବୀ ରୀନାରାଣୀ ସ୍ବାଇଁ ,ଅଧ୍ୟାପିକା ଶେଫାଳୀ ବାରିକଙ୍କ ସଂଯୋଜନାରେ ଆଲୋକ ବୋଷ୍,ତ୍ରିନାଥ ସିଂହ, କାଶୀନାଥ ନନ୍ଦୀ,ପଂଚାନନ ସାହୁ,ସୁସ୍ମିତା ପ୍ରଧାନ,ବିକ୍ରମ ଆଚାର୍ୟ୍ୟ, ,ସୁଶାନ୍ତ ସିଂ,ତପସ୍ବିନୀ ପତି,ନିକୁଞ୍ଜ ବିହାରି,ହ୍ରୁଷିକେଶ ସାହୁ ,ବିରେନ୍ଦ୍ର ବଳ ,ଅଜୟ ମହାନ୍ତି ଆଦି ବତିଶ ଜଣ କବି କବିତା ପାଠ କରିଥିଲେ ।ଏହି ଅବସରରେ ସହରର ଅନେକ ବୁଦ୍ଧିଜୀବୀ ସାହିତ୍ୟ ସଂସ୍କ୍ରୁତି ପ୍ରେମୀ ଯୋଗଦାନ କରି ସଂସଦର ଏଭଳି କାର୍ୟ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିରଲେ । ଅନ୍ୟମାନଙ୍କ ମଧ୍ୟରେ ,ସୁକାନ୍ତ ଖୁଣ୍ଟିଆ, ଅକ୍ଷୟ ସାମଲ ,ଶିବ ସୁନ୍ଦର ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ବିଜୟ ବରାଳ,ବ୍ରଜ କିଶୋର ପାଣି ,ସୂର୍ୟ୍ୟ ନାରାୟଣ ପଣ୍ଡା , ବିମ୍ବାଧର ପାଢୀ,ନିକୁଞ୍ଜ ବିଶ୍ବାଳ ସୁରେନ୍ଦ୍ର ମୁଦୁଲି ଉପସ୍ଥିତ ରହି କାର୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଶେଷରେ ନିରୁପମା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *