ଜଗନ୍ନାଥପୁର ମା’ବାସନ୍ତୀ ଦୂର୍ଗାଦେବୀଙ୍କ ପୂଜା ଅନୁଷ୍ଠିତ

କେନ୍ଦ୍ରାପଡ଼ା,୧୮/୦୪/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମପଂଚାୟତର ଜଗନ୍ନାଥପୁରସ୍ଥିତ ମା’ବାସନ୍ତୀ ଦୂର୍ଗାଦେବୀଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରବିବାର ଷଷ୍ଠୀରେ ବିଲ୍ୱବରଣ, ବିହିତ ପୂଜା ଓ ଦେବୀ ବୋଧନ କରାଯାଇଥିବା ବେଳେ ସୋମବାର ମା’ଙ୍କ ମହାସପ୍ତମୀରେ ଅଷ୍ଟୋତରଶତ କଳସ ଯାତ୍ରା, ଘଟନିମର୍ଜନ, ଜଳାଭିଷେକ, ନବପତ୍ରିକା ଦୋଳାରୋହଣ ଶୋଭାଯାତ୍ରା ଓ ନଗର ପରିକ୍ରମା କରାଯାଇ ସହସ୍ରାଧାର ସ୍ନାନ କରାଯିବା ସହ ଦେବୀଙ୍କର ସପ୍ତମୀ ଜନିତ ବିହିତ ପୂଜାରମ୍ଭ, ଚକ୍ଷୁଦାନ ଓ ଚଣ୍ଡୀପାଠ କରାଯାଇଥିଲା । ମଙ୍ଗଳବାର ମହାଅଷ୍ଟମୀ ତିଥିରେ ଚଣ୍ଡୀପାଠ, ଘୃତହୃତି ଓ ପୁଷ୍ପାଞ୍ଜଳି, ଝୁଣାଦାହ ଓ ସନ୍ଧିବଳି ଦିଆଯାଇଥିଲା । ବୁଧବାର ମହାନବମୀରେ ବିହିତ ପୂଜା, ଚଣ୍ଡୀପାଠ, ନବକୁମାରୀ ପୂଜା, ଅଷ୍ଟୋତରଶତଦୀପ ଉତ୍ସର୍ଗ, ଗୀତାହୃତି, ଚଣ୍ଡୀଆହୂତି, ପୂର୍ଣ୍ଣାହୂତି ଓ ପୁଷ୍ପାଞ୍ଜଳି ଦିଆଯିବା ସହିତ ମହିଷାସୁର ପୋଡି ଅନୁଷ୍ଠିତ ହୋଇଥିଲା । ଗୁରୁବାର ବିଜୟାଦଶମୀ ଅବସରରେ ଚଣ୍ଡୀପାଠ, ଅପରାଜିତା ପୂଜା, ସନ୍ଧ୍ୟାରେ ବିଷର୍ଜ୍ଜନ ପୂଜା, ସମୁହ ପୁଷ୍ପାଞ୍ଜଳି, ଅପରାଜିତା ଧାରଣ, ଅଳତା ସିନ୍ଦୁର ଲାଗି, ସପ୍ତଦୀପ ବନ୍ଦାପନା, ଦେବୀଙ୍କ ପୁନଃ ଆଗମନ ପାଇଁ ମେଲାଣି, ଘଟକଳସ ଓ ନବପତ୍ରିକା ବିସର୍ଜ୍ଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିସହିତ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ସଂଗୀତ ପ୍ରତିଯୋଗିତା, ପ୍ରବଚକ ସତ୍ୟଚୈତନ ଦାସ(ସୁନିଲ ବାବା)ଙ୍କ ପ୍ରବଚନ, ରୟାଲ ଡ୍ୟାନ୍ସ ଗ୍ରୁପର ନୃତ୍ୟ ଆସର, “ମା’ ବାସନ୍ତୀଜ୍ୟୋତି ସମ୍ମାନ” ପ୍ରଦାନ କାର୍ଯ୍ୟକ୍ରମ ଓ ଅପେରା ସାଇରୁଦ୍ର ପକ୍ଷରୁ ଅପେରା ପରିବେଷଣ କରାଯାଇଥିବା କମିଟି ସଭାପତି ଦୀପକ ରଞ୍ଜନ ସ୍ୱାଇଁ ଓ ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *