ନିରାକାରପୁର କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ 

ଖୋର୍ଦ୍ଧା,୨୪/୧/୨୦୨୪(ଓଡ଼ିଶା ସମାଚାର/ଦୀପକ ପ୍ରଧାନ) – କ୍ଷେତ୍ରବାସୀ ଡି. ଏ. ଭି . ମହାବିଦ୍ୟାଳୟ ନିରାକାରପୁରରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଅଧ୍ୟକ୍ଷା ବ୍ରତତୀ ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଶିବିରର ଉଦ୍ ଘାଟନ କରି ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡକ୍ଟର ସଂଜୟ କୁମାର ମହାପାତ୍ର ଆତ୍ମରକ୍ଷା କୌଶଳକୁ ଆପଣେଇ ନେଲେ ସୁରକ୍ଷା କବଚ ଧାରଣ କରିବାପରି ହେବ ବୋଲି ଉଲ୍ଲେଖ କରିଥିଲେ । ଜିଲ୍ଲା ଅଧିକାରୀ ପ୍ରୀଶିତା ଦେବୀ ଓ ଅନିଲ କୁମାର ଭୋଇ ଆତ୍ମରକ୍ଷାର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ ।ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଅଧ୍ୟାପିକା କାଦମ୍ବିନୀ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଡ. ପ୍ରଭାତ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅଧ୍ୟାପକ ସୌରଭ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ସଂକଳ୍ପ ପାଠ କରୁଥିବା ବେଳେ ଆତ୍ମରକ୍ଷା ପ୍ରଶିକ୍ଷଣ ସଂଯୋଜିକା ସୋନାଲୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *