ପୂର୍ବତନ ନିର୍ଦେଶକ ଙ୍କ ବିୟୋଗରେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ଶୋକ

କେନ୍ଦ୍ରାପଡ଼ା,୧୭/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ପୂର୍ବତନ ନିର୍ଦେଶକ ସ୍ୱର୍ଗତ ରବୀନ୍ଦ୍ର ମୋହନ ସାହୁଙ୍କ ବିୟୋଗରେ ବ୍ୟାଙ୍କ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ଏଥିସହିତ ଏକ ସୁସଜ୍ଜିତ ଗାଡିରେ ତାଙ୍କ କେନ୍ଦ୍ରାପଡାସ୍ଥିତ ବାସଭବନକୁ ଆସୁଥିବା ବେଳେ ବୁଧବାର ବ୍ୟାଙ୍କର ମୁଖ୍ୟ ଶାଖା ସମ୍ମୁଖରେ ସ୍ୱର୍ଗତ ସାହୁଙ୍କ ମର ଶରୀରରେ  ବ୍ୟାଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା, ସାଧାରଣ ପରିଚାଳକ ରାଜୀବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ନିର୍ଦେଶକ ମହେନ୍ଦ୍ର ପରିଡା, ପ୍ରଫୁଲ୍ଲ କୁମାର ସାହୁ, ବିଧୁଭୂଷଣ ମହାପାତ୍ର,ପୂର୍ବତନ ନିର୍ଦେଶକ ମୁକ୍ତାର ଖାଁ, ଶରତ କୁମାର ବେହୁରା ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।  ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତି କହିଛନ୍ତି ଯେ ଅର୍ବାନ ବ୍ୟାଙ୍କର ଉନ୍ନତିରେ  ସ୍ୱର୍ଗତ ସାହୁଙ୍କ ଭୂମିକା ଅନସ୍ୱିକାର୍ଯ୍ୟ । ସ୍ୱର୍ଗତ ସାହୁ ବ୍ୟାଙ୍କର ନିର୍ଦେଶକ ଥିବା ବେଳେ ବହୁ ଉନ୍ନତିମୂଳକ ପରାମର୍ଶ ଦେଇଯାଇଛନ୍ତି । ସଭାପତି ଶ୍ରୀ ମହାନ୍ତି ସ୍ୱର୍ଗତ ସାହୁଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *