ମହମ୍ମଦପୁର ବିଲସାହି ପଂଚମୁଖୀ ହନୁମାନଙ୍କ ପୀଠରେ ଦ୍ୱାଦଶ ବାର୍ଷିକ ବିଶ୍ୱଶାନ୍ତିି ମହାଯଜ୍ଞ ଓ ଅଷ୍ଟମ ପ୍ରହର ନାମଯଜ୍ଞ ଆରମ୍ଭ  

ରଘୁନାଥପୁର,୨୬/୩/୨୦୨୬(ଓଡ଼ିଶା ସମାଚାର)- ମହାନଦୀ ଚିତ୍ରୋପôଳା ଦୀପଂଚଳ ରେ ଅବସ୍ଥିତ ମହମ୍ମଦପୁର ବିଲସାହିରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ପଂଚମୁଖୀ ହନୁମାନଙ୍କକ ପୀଠ ରେ ଦ୍ୱାଦଶ ବାର୍ଷିକ ବିଶ୍ୱଶାନ୍ତିି ମହାଯଜ୍ଞ ଓ ଅଷ୍ଟମ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଗତକାଲି ବୁଧବାର ଅଙ୍କୁରା ରୋପଣ କରାଯିବା ସହିତ ରାତିରେ ସପ୍ତମାତ୍ରୀ ରାମନାଟ୍ୟ , ଚୁଡ଼ିଆପଡ଼ା ଦ୍ୱାରା ରାମଲୀଳା ପରିବେଷଣ କରାଯାଇଥିଲା ।

ଆଜି ଗୁରୁବାର ସକାଳେ ପୁଣ୍ୟତୋୟା ଚିତ୍ରୋପôଳା ନଦୀ କୂଳରେ ଯଜ୍ଞ ପରିଚାଳକ ପଣ୍ଡିତ ସତ୍ୟାନନ୍ଦ ଶତପଥି , ମନ୍ଦିର ର ନିତ୍ୟ ପୂଜକ ପ୍ରମୋଦ କର ଓ ଅନ୍ୟ ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ପୂଜା ପାଠ କରାଯାଇ ନଦୀରୁ ୧୦୮ କଳସୀ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଙ୍କ ସମେତ କର୍ତା ଗୋପବନ୍ଧୁ ନାୟକ ଓ କର୍ତୀ ସୁଲୋଚନା ନାୟକ ବିଭିନ୍ନ ସାହି ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଏହାପରେ ମଣ୍ଡଳାଦିକରଣ ଯଜ୍ଞାଧିବାସ କରାଯାଇଥିଲା । ସନ୍ଧ୍ୟାରେ ଲଉଡ଼ି ଖେଳ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା କାଲି ଶୁକ୍ରବାର ସୂର୍ଯ୍ୟପୂଜା, ଗୋ ପୂଜା, ରାମାଭିଷେକ ,ଅଗ୍ନି ସ୍ଥାପନ , ରାମ ସହସ୍ର ନାମ ଆହୂତି, ୧୦୮ ହନୁମାନ ଚାଳିଶା ପାଠ ଓ ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ଓମ୍ ସାଇ ଭଜନ ସନ୍ଧ୍ୟା ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହେବ । ଶନିବାର ସୂର୍ଯ୍ୟପୂଜା, ଗୋ ପୂଜା, ଶ୍ରୀ ହନୁମତ୍ ଦେବ ଷୋଡ଼ଷ ଉପଚାର , ଶ୍ରୀ ହନୁମତ୍ ସହସ୍ର ନାମ ଆହୂତି , ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକ୍ରମକୁ ତ୍ରିଲୋଚନ ପାତ୍ର, ମଥୁରୀ ପାତ୍ର, ଜାନକୀ ପ୍ରସାଦ ସାହୁ , କୃଷ୍ଣ ଚନ୍ଦ୍ର ଦାସ, ବିକ୍ରମ ନାୟକ, ରଂଜନ କୁମାର ଦାସ, ପ୍ରକାଶ ସାହୁ, ରମେଶ ଚନ୍ଦ୍ର ସାହୁ, ଗଣେଶ୍ୱର ଦାସ, ଅକ୍ଷୟ ଦାସ, ଦିଲିପ୍ ରଂଜନ ପାତ୍ର ଓ ସତ୍ୟାନନ୍ଦ ସାହୁ ପ୍ରମୁଖ ପରିଚାଳନା କରୁଥିଲାବେଳେ ଗ୍ରାମବାସୀ ଓ ଗ୍ରାମର ଯୁବକ ମାନେ ସହଯୋଗ କରୁଛନ୍ତି ।

ଆସନ୍ତା ୨୯ ତାରିଖ ରବିବାର ସୂର୍ଯ୍ୟପୂଜା, ଗୋ ପୂଜା, ସର୍ବ ଦେବା ଦେବୀ ଆହୂତି ଓ ଯଜ୍ଞ ର ପୂର୍ଣ୍ଣାହୂତି ପରେ ଉତ୍ସବ ଉଦଯାପିତ ହେବ ବୋଲି ପଂଚମୁଖୀ ହନୁମାନ ମନ୍ଦିର ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *