ଆଠଗଡର ବିକାଶରେ ଗଦାସାହିର ଭୁମିକା ସର୍ବଦା ଅତୁଳନୀୟ

ଆଠଗଡ,୧୭/୧୨/୨୦୨୫ (ଓଡ଼ିଶା ସମାଚାର)-  ଆଠଗଡର ବିକାଶରେ ଗଦାସାହିର ଭୁମିକା ସର୍ବଦା ଅତୁଳନୀୟ ବୋଲି ଗଦାସାହିର ରୌପ ଜୟନ୍ତୀ ସମାହାରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରିଷଦର ସଭାପତି ଶ୍ରୀଧର ରଥଙ୍କ ପୌରହିତରେ ଅନୁଷ୍ଟିତ ରୌପ ଜୟନ୍ତୀରେ ପ୍ରାକ୍ତନ ଜିଲ୍ଲା ବିଚାରପତି ଲକ୍ଷ୍ମୀଧର ରଥ, ମୁଖ୍ୟବକ୍ତା ଭାବେ ଦେବୀ ପ୍ରସାଦ ରଥ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଆଇନଜୀବି ପ୍ରାଣକୃଷ୍ଣ ଦାଶ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ଏହାସହିତ ଗଦାସାହି ପ୍ରତିଷ୍ଠା ସମୟରୁ ଅଦ୍ୟାବଧି ଆଠଗଡର ଗୌରବ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଏବଂ ବିକାଶ ସାଧନରେ ଗଦାସାହିର ଭୁମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ପରିଷଦର ସଂପାଦକ ହର ପ୍ରସାଦ ସେଠୀ ସଂପଦକୀୟ ବିବରିଣୀ ଉପସ୍ଥାପନ କରିଥିଲେ ।

ଏହି ଅବସରରେ “ଆବେଗ” ସ୍ମରଣିକା ଅତିଥି ମାନେ ଉନ୍ମୋଚନ କରିଥିଲେ । ପରିଷଦର ଉପସଭାପତି ସୋମନାଥ ଭକ୍ତା, ସୁଧାକର ସାହୁ, ସହ ସଂପାଦକ ମନୋଜ କୁମାର ବେହେରା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତିଙ୍କ ସଂଯୋଜନାରେ ବିଭୀନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ମରଣୀକାର ସଂପାଦକ ଶ୍ୟାମାନନ୍ଦ ମହାରଣା ସ୍ୱାଗତ ଭାଷଣ ରଖିଥିଲେ  । ପରେପରେ ସ୍ଥାନିୟ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପଦର୍ଶନ କରିଥିଲେ ।

ସେହିଭଳି ଉଦଯାପନ ସଂଧ୍ୟାରେ ମୁଖ୍ୟଅତିଥି ଭାବେ ନାଲକୋର ପୁର୍ବତମ ଟେଲିକମ ଅଧିକାରୀ ହରେକୃଷ୍ଣ ଧଳ ଏବଂ ବିଶିଷ୍ଟ ସମାଜସେବୀ ବିଭୁତି ଭୂଷଣ ମିଶ୍ର ଯୋଗଦେଇ ଆଠଗଡର ପ୍ରତ୍ୟେକଟି ବିକାଶରେ ଗଦାସାହି ନେତୃତ୍ୱ ନେଇଆସିଛି । ଏହାସହିତ ଏହାର ଏକତା ଏବଂ ଭାଇଚାରା ନିଦର୍ଶନ ଅନନ୍ୟ ବୋଲି ଅବିହିତ କରିଥିଲେ । ଏହି କ୍ରମରେ ବରିଷ୍ଠ ସାମ୍ବାଦିକ ତଥା ସାହିର ପୁଅ ସାମ୍ବାଦିକ ଲଲାଟେନ୍ଦୁ ସେନାପତିଙ୍କୁ ବାଦଲ ରଥ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସାହିର ପିଲାମନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *