ରେସୱାରେ କାଥରିନ ଦାସଙ୍କ ଜନ୍ମଦିବସ ପାଳିତ

କେନ୍ଦ୍ରାପଡ଼ା, ୨/୭/୨୦୨୪ (ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟା ସ୍ୱର୍ଗତା କାଥରିନ ଦାସଙ୍କ ଜନ୍ମ ଦିବସ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଗରାପୁରସ୍ଥିତ ରେସୱା କାର୍ଯ୍ୟାଳୟରେ ମଧ୍ୟ ଏହା ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାସ୍ଥିତ ଆଲସ୍କା ବିଶ୍ୱ ବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା କାଥରିନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ  ତାଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି, ସମାଜସେବୀ ଭାଗିରଥୀ ଜେନା ଓ ରେସୱା ଦ୍ୱାରା ପରିଚାଳିତ ଜାଗୃତିଗୃହ-୨ର ଅଧିକ୍ଷିକା ମିନତୀ ମହାରଣା ପ୍ରମୁଖ ଯୋଗଦେଇ ତାଙ୍କ ତ୍ୟାଗପୂତ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏଥିସହିତ ଅନ୍ତେବାସୀମାନଙ୍କୁ ଟ୍ରଷ୍ଟ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *