୨୮୨ ଜଣ ଆବେଦନକାରୀଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସର୍ବମୋଟ ୭୦,୭୨,୦୦୦/- ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ଯାଜପୁର,୧୭/୧୨/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅନୁମୋଦନ କ୍ରମେ ଆଜି ତା ୧୭. ୧୨. ୨୫ ରିଖରେ  ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ କମିଶନର କାର୍ୟ୍ୟାଳୟରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର ଓ ପ୍ରଭାଗୀୟ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ୟ୍ୟ ନିର୍ମାଣ ଶ୍ରମିକ ସୁର ଜେନା,ଭାଗୀରଥୀ ସାହୁ, ଶରତ ଦେହୁରୀ, ସୁଦର୍ଶନ ସାହୁ ଙ୍କୁ ଡମି ଚେକ ମାଧ୍ୟମରେ ସହାୟତା ପ୍ରଦାନ କରିଥିଲେ ।

ସର୍ବମୋଟ ମୃତ୍ୟୁକାଳୀନ ସହାୟତା ବାବଦରେ ୬ ଜଣଙ୍କୁ ୧୭,୦୦,୦୦୦/- ଟଙ୍କା, ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୬ ଜଣଙ୍କୁ ୩୦,୦୦୦/- ଟଙ୍କା, ଶିକ୍ଷା ସହାୟତା ବାବଦରେ ୨୦୧ ଜଣଙ୍କୁ ୧୯,୯୭,୦୦୦/-,ବିବାହ ସହାୟତା ବାବଦରେ ୬୭ ଜଣଙ୍କୁ ୩୩,୨୫,୦୦୦/- ଏବଂ ପ୍ରସୂତୀ କାଳୀନ ସହାୟତା ବାବଦରେ ୨ ଜଣଙ୍କୁ ୨୦,୦୦୦/- ଟଙ୍କା ର ସହାୟତା ରାଶି ବୋର୍ଡ ତରଫରୁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ପ୍ରେରଣ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ମୃତ୍ୟୁକାଳୀନ ସହାୟତା ବାବଦରେ ୪ ଜଣ ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ ୮,୦୦,୦୦୦/- ଟଙ୍କା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *