ବାଇକ୍ ଦୂର୍ଘଟଣାରେ ଜଣେ ମୃତ

ଲକ୍ଷ୍ମୀପୁର ୦୫/୦୧/୨୪(ଓଡ଼ିଶା ସମାଚାର)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ତୟାପୁଟ ଗ୍ରାମର ପ୍ରକାଶ ଟାକ୍ରୀ ଙ୍କର ଆଜି ବାଇକ୍ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି।ଏନେଇ ତାଙ୍କ ଭାଇ ଦିବାକର ଟାକ୍ରୀ ଲକ୍ଷ୍ମୀପୁର ଥାନାରେ ଏକିଖିତ ଅଭିଯୋଗ କରିବା ପରେ ଲକ୍ଷ୍ମୀପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି। ଖବର ନେବାରେ ଜଣା ପଡିଛିକି ଆଜି ଏଡମିନ୍ କୁଲଦୀପ ଓ ସୁଶିଲ କୁଲଦୀପ ଙ୍କ ସହ ନିଜ ବାଇକ୍ ରେ ପ୍ରକାଶ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିବା ବେଳେ ଟିମାଝୋଲା ଛକ ନିକଟ ଜାତୀୟ ରାଜପଥ ଉପରେ ଭାରସାମ୍ୟ ହରାଇ ବାଇକ୍ ସହ ପଡ଼ି ଯାଇଥିଲେ। ଫଳରେ ତାଙ୍କ ସହ ବାଇକ୍ ରେ ବସି ଥିବା ଏଡମିନ ଓ ସୁଶିଲ ଦୁହେଁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ହେଲେ ଚିକିତ୍ସା କରୁଥିବା ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଖବର ଶୁଣି ଡାକ୍ତରଖାନାରେ ସମ୍ପର୍କୀୟ ମାନଙ୍କ ଭିଡ ଜମି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସିଏ ଦୀର୍ଘ ବର୍ଷ ହେଲାଣି ତାୟାପୁଟ୍ ପଞ୍ଚାୟତରେ ଯୋଗାଣ ବିଭାଗର ଡିଲର ଭାବେ ସମସ୍ତ ଦାୟିତ୍ବ ସଠିକ୍ ଭାବେ ତୁଲାଇ ଆସୁଥିବା ବେଳେ ଆଜି ତାଙ୍କ ମୃତ୍ୟୁ ଖବର ଶୁଣି ଯୋଗାଣ ବିଭାଗ ଅଧିକାରୀଙ୍କ ସମେତ ସମସ୍ତ ଡିଲର ମାନେ ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *