ଯାଜପୁର,୧୭/୧୨/୨୦୨୫ (ଓଡ଼ିଶା ସମାଚାର)- ପ୍ରତି ବର୍ଷ ପରି ଏ ବର୍ଷ ଆସନ୍ତା ତା ୨୦.୧୨.୨୦୨୫ ରିଖ, ଶନିବାର ପବିତ୍ର ବକୁଳ ଅମାବାସ୍ୟା ତିଥିରେ ଯାଜପୁରର କ୍ଷେତ୍ରାଧିଶ୍ୱର ଶ୍ରୀ ଯଜ୍ଞ ବରାହ ଜୀଉଙ୍କ ସ୍ଵନକ୍ଷତ୍ର ଦିବସ ଯଥା ରୀତି ଅନୁସାରେ ଅନୁଷ୍ଠିତ ହେବ। ଏଣୁ, ଉକ୍ତ ଦିନ ମନ୍ଦିରରେ ଶ୍ରୀ ଯଜ୍ଞ ବରାହ ଜୀଉଙ୍କ ଦର୍ଶନ ସହ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିବାକୁ ଶ୍ରୀ ବରାହ ଜୀଉ ଟ୍ରଷ୍ଟ ବୋର୍ଡ ତଥା ତହସିଲଦାର, ଯାଜପୁରଙ୍କ ତରଫରୁ ଅନୁରୋଧ କରାଯାଇଛି।
ଶନିବାର ପବିତ୍ର ବକୁଳ ଅମାବାସ୍ୟା ଦିନ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାତଃ ଘ. ୦୭.୦୬ ରୁ ୯.୦୦ ଘଟିକା ସମୟରେ ମହାସ୍ନାନ ଓ ଠାକୁରଙ୍କ ବେଶ, ସକାଳ ଘ. ୯.୦୦ ରୁ ୧୦.୩୦ ମି. ସମୟରେ ବାଲ୍ୟଭୋଗ, ଆଳତି, ସକାଳ ଘ. ୧୧.୦୦ ରୁ ୩.୦୦ ଘଟିକା ସମୟରେ ସ୍ୱନକ୍ଷତ୍ର ପୂଜା, ମନ୍ଦିର ଉପରେ ନେତ ବନ୍ଧା ଓ ଗୀତା ପାଠ, ଦିବା ଘ. ୧.୩୦ ମି. ସମୟରେ ପ୍ରସାଦ ସେବନ ଓ ସନ୍ଧ୍ୟା ଘ. ୬.୦୦ ଟିକା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ – ଭଜନ ସନ୍ଧ୍ୟା – କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଶିବ ପ୍ରସାଦ (ଶିବ ନନା) ଓ ସାଥୀଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ, ଯାଜପୁର ପକ୍ଷରୁ ସମସ୍ତ ଜନସାଧାରଣ ତଥା ଶ୍ରୀ ବରାହନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଇଛି ।
ଯାଜପୁର ଜିଲ୍ଲାରେ ବରାହନାଥ ଜୀଉଙ୍କ ସ୍ଵନକ୍ଷତ୍ର ଦିବସ ପାଳନ ଶନିବାର
