ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୪୧ ତମ ଜୟନ୍ତୀ ପାଳିତ

ମାହାଙ୍ଗା, ୧୭/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )କୁସଂସ୍କାର ଏବଂ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଆଜୀବନ ସ୍ୱରୋତ୍ତଳନ କରିଆସିଥିବା ବିଖ୍ୟାତ ସମାଜସେବୀ, ସଂସ୍କରକ ବୈରାଗୀ ଚରଣ ମିଶ୍ରଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ମାଆ ବରୁଣେଇଙ୍କ ପୀଠ ଗୁଣୁପୁର ଠାରେ ପାଳିତ ହୋଇଯାଇଛି । ବୈରାଗୀ ମିଶ୍ର ସ୍ମୃତି ସଂସଦର ସଭାପତି ଉପେନ୍ଦ୍ର ନାଥ ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ ଶୋଭନୀୟ, କୁସଂସ୍କାର ମୁକ୍ତ ସମାଜ ଗଠନରେ ସ୍ବର୍ଗତ ମିଶ୍ରଙ୍କ ଜୀବନବ୍ୟାପୀ ଅବଦାନ ଚିର ଅମଳିନ ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କବି ପ୍ରଶାନ୍ତ କୁମାର କର,ସାହିତ୍ୟିକ ଭାବଗ୍ରାହୀ ରାଉତ,ଯୁବ ସମାଜସେବୀ ଶୁଭେନ୍ଦୁ କୁମାର ସାମଲ,ଅଜୟ କୁମାର ରାଉତ,ପର୍ଶୁରାମ ସାହୁ, ରାଧାକାନ୍ତ କର,ପଞ୍ଚାନନ ପଣ୍ଡା ପ୍ରମୁଖ ଯୋଗଦେଇ  ଯଶସ୍ବୀ ସାରସ୍ୱତ ସାଧକ, କ୍ରାନ୍ତି ଦ୍ରଷ୍ଟା ପୁରୁଷ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।

 ଅନୁଷ୍ଠାନ ପକ୍ଷରୁ ସ୍ବର୍ଗତ ମିଶ୍ରଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପୂଜାର୍ଚ୍ଚନା କରାଯାଇଥିଲା ।

 ଏହି ଅବସରରେ ଅତିଥିମାନେ ସ୍ବର୍ଗତ ମିଶ୍ରଙ୍କ ଅନୁଗାମୀ ତଥା ଗୁଣୁପୁର ଗ୍ରାମର ଅନ୍ୟତମ ଶତାୟୁ ଧର୍ମପ୍ରାଣା ମହିଳା ସ୍ବର୍ଗତ ଲକ୍ଷ୍ମୀପ୍ରିୟା ରଣାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧେ।ତ୍ସବରେ ଯୋଗଦେଇ ତାଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *