ମହାନଦୀରେ ବୁଡି ନିଖୋଜ ଥିବା ଅମ୍ରିତ ସାହୁଙ୍କ ମୃତଦେହ ଯୋବ୍ରା ଆନିକଟ ଗେଟରୁ ଉଦ୍ଧାର

କଟକ ସଦର ୧୫/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – ଗତ ରବିବାର ଦିନ ଅଂଶୁପା ହ୍ରଦ ବୁଲିବାକୁ ଯାଇଁ ମହାନଦୀରେ ଗାଧୋଉଥିବା ସମୟରେ ଭାସି ଯାଇଥିବା ଚାଉଳିଆଗଞ୍ଜ ତଳସାହିର ଅମିତ୍ ବିକ୍ରମ ସାହୁଙ୍କ ମୃତଦେହକୁ ଆଜି ଘଟଣାର ଦୁଇଦିନ ପରେ ଯୋବ୍ରା ଆନିକଟ ୨୮ ନମ୍ବର ଗେଟ୍ ନିକଟ ରୁ ଭାସମାନ ଅବସ୍ଥାରେ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିବା ଜଣାପଡିଛି।

ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ଅମିତ ବିକ୍ରମ ବାପ ମା ଙ୍କର ଏକମାତ୍ର ଅବିବାହିତ ରୋଜଗାରିଆ ପୁଅ ହୋଇ ଥିବାରୁ ତାଙ୍କର ଅକାଳ ମୃତ୍ୟୁରେ ସମଗ୍ର ଚାଉଳିଆଗଞ୍ଜ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

 

 

ମହାନଦୀରେ ଭାସିଗଲେ ଚାଉଳିଆଗଞ୍ଜର ତିନି ସାଙ୍ଗ,ଦୁଇ ଜଣ ଉଦ୍ଧାର ଜଣେ ନିଖୋଜ 

Leave a Reply

Your email address will not be published. Required fields are marked *