୩୦ତମ ନିରାକାରପୁର ସର୍ବ ଭାରତୀୟ ସଖା ସଂଘ ଫୁଟବଲ : ୭-୬ ଗୋଲରେ ଇଲାମ ବଜାର ଏକାଡେମୀ , କଲିକତା ସେମିକୁ ଉନ୍ନୀତ

ନିରାକାରପୁର, ୧୩/୧୨/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡ଼ା ସଂସଦ ଆନୁକୁଲ୍ୟରେ କ୍ଷେତ୍ରବାସୀ କଲେଜ ଷ୍ଟାଡିୟମରେ ୩୦ତମ ନିରାକାରପୁର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଆଜିର ମ୍ୟାଚରେ ୭-୬ ଗୋଲରେ କମଲ କ୍ଲବ, ଛତିଶଗଡ଼ କୁ ହରାଇ ଇଲାମ ବଜାର ଏକାଡେମୀ , କଲିକତା ସେମିଫାଇନାଲକୁ ପ୍ରବେଶ କରିଛି। ଆଜିର ଖେଳର ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଧ ଖେଳ ଶେଷ ସୁଦ୍ଧା ଉଭୟ ଦଳର ସ୍କୋର ୩-୩ ରହିଥିଲା। ଫଳରେ ରେଫରୀ ଟ୍ଟ୍ରାଇବ୍ରେକର ସାହାଯ୍ୟ ନିଆଯାଇଥିଲା। ଏଥିରେ ୭-୬ ଗୋଲରେ କମଲ କ୍ଲବ, ଛତିଶଗଡ଼ କୁ ହରାଇ ଇଲାମ ବଜାର ଏକାଡେମୀ , କଲିକତା ସେମିରେ ପ୍ରବେଶ କରିଛି। ଆଜିର ଖେଳକୁ ଏମ ଏସ ବେଗ,ସୁଶାନ୍ତ କୁମାର ମିଶ୍ର, ଅଭିନାଶ ପଟ୍ଟନାୟକ,ହୃଦାନନ୍ଦ ମହତରାୟ ଓ ଅକ୍ଷୟ କୁମାର ପଟ୍ଟନାୟକ,ହୃଦାନନ୍ଦ ମହତରାୟ ପ୍ରମୁଖ ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି କାର୍ଯ୍ୟକରଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ , ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି କେଳୁ ଚରଣ ଜଗଦେବ ,ରାଜ୍ୟ ବିଜେପି ପ୍ରବକ୍ତା ଶ୍ରୀମତୀ ସୋନାଲି ସାହୁ , ବିଜେପି ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ,ବିଜେପି ନେତା କିଶୋର ବରାଳ , କୃଷକ ନେତା କେଳୁଚରଣ ଜଗଦେବ , ରୋଟାରୀଆନ ନିହାରେନ୍ଧୁ ଭୁୟାଁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସଖାସଂଘ କ୍ରୀଡ଼ା ସଂସଦ ସଭାପତି ବିପିନ କୁମାର ଜୟସିଂହସମାରୋହରେ ସଭାପତିତ୍ବ କରିଥିଲେ । ସଭାକୁ କମଳ ଲୋଚନ ପ୍ରଧାନ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଜେନା, ସମ୍ପାଦକ ଭାଗିରଥି ପ୍ରଧାନ, ସହ ସମ୍ପାଦକ ଦୀପକ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ହରିହର ସିଂହ, ବରିଷ୍ଠ କର୍ମକର୍ତ୍ତା ମହେଶ୍ୱର ବେହେରା,ଲଲାଟେନ୍ଦୁ ରଥ, ଲଛମନ ନାୟକ ଙ୍କ ସମେତ ସମସ୍ତ ସଭ୍ୟସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ସଂଘ ସହ ସମ୍ପାଦକ ଦୀପକ କୁମାର ପ୍ରଧାନ ଙ୍କ ସ୍ଵର୍ଗତା ମାତା ଉଷାରାଣୀ ପ୍ରଧାନ ଓ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ସ୍ଵର୍ଗତା ଧର୍ମପତ୍ନୀ ପ୍ରମିଳା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟ ଦଳର  ବେଷ୍ଟ   ଖେଳାଳି  ଙ୍କୁ୍ ଟ୍ରଫି ପ୍ରଦାନ  କରାଯାଇଥିଲା।ଆସନ୍ତା କାଲି ପ୍ରଥମ ସେମି ଫାଇନାଲ ମ୍ୟାଚ ୟଙ୍ଗ ଉତ୍କଳ, କଟକ ବନାମ ଇଲାମ ବଜାର ଏକାଡେମୀ , କଲିକତା ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *