ବ୍ୟାରିକେଡ଼ ଭାଙ୍ଗିଲେ କଲେ କଳା ଓ କ୍ରୀଡ଼ା ପ୍ରଶିକ୍ଷକ
ଭୁବନେଶ୍ୱର,୧୨/୧୨/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ଓ ପ୍ରଶିକ୍ଷିକାମାନେ ସ୍ଥାୟୀ ନିଯୁକ୍ତି ଦାବିରେ ବିଧାନସଭା ସମ୍ମୁଖରେ ଧାରଣାରେ ବସିିଛନ୍ତି । ୨୦୧୩ ମସିହାରୁ ଦୀର୍ଘ ୧୨ ବର୍ଷ ଧରି କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ପାର୍ଟ ଟାଇମ ଭଳି କୁତ୍ସିତ ପ୍ରଥାରେ ରହି ବର୍ତମାନ ମାନସିକ, ଆର୍ଥôକ ଓ ଶାରୀରିକ ଯନ୍ତ୍ରଣାରେ ଗତି କରୁଛନ୍ତି । ସମଗ୍ର ଦେଶରେ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କ ଉନ୍ନତି ଘଟିଥିବା ବେଳେ ଓଡ଼ିଶାରେ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ଅଣଦେଖା କରାଯାଉଛି । ସମୟଚକ୍ରରେ ସରକାର, ମନ୍ତ୍ରୀ, ସଚିବ ଓ ନିର୍ଦେଶକ ସମସ୍ତେ ପରର୍ତର୍ନ ହେଲେଣି, କିନ୍ତୁ କଳା ଓ କ୍ରୀଡ଼ା ଶିକ୍ଷକମାଙ୍କ କ୍ଷେତ୍ରରେ କୌଣସି ପରିବର୍ତନ ଘଟିନାହିଁ । ଚଳିତମାସ ଶୀତକାଳୀନ ବିଧାନସଭା ଅଧିବେଶନରେ ମନ୍ତ୍ରୀ, ବିଧାୟକମାନଙ୍କ ଦରମା ଓ ଭତା ବୃଦ୍ଧି କରାଗଲା ଏବଂ ସମସ୍ତ ମନ୍ତ୍ରୀ, ବିଧାୟକ ଦରମା ବୃଦ୍ଧିକୁ ସମର୍ଥନ କଲେ, ଅଥଚ ପାର୍ଟଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦାବି ପ୍ରତି କୌଣସି ମନ୍ତ୍ରୀ, ବିଧାୟକ ସମର୍ଥନ ଦେଉନାହାଁନ୍ତି ।

ସ୍ଥାୟୀ ନିଯୁକ୍ତି ଦାବି ନେଇ ନୂତନ ସରକାର ଆସିବା ପରେ ପ୍ରାୟ ୧୧ ଥର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଛି । ମାତ୍ର ଦାବି ପୂରଣ ନହେବାରୁ ଅଭିନବ ଉପାୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ୍ ଆଲୋଚନା ପାଇଁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପୀଠ ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରାରେ ଆସିଥିଲୁ, କିନ୍ତୁ ବିଭିନ୍ନ ଆଳ ଦେଖାଇ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରାଇ ଦିଆଗଲା ନାହିଁ ।
ଦାବି ପୂରଣ ନେଇ ତତ୍କାଳୀନ ସଚିବ ୧୫ ଦିନ ସମୟ ନେଲା ପରେ ନୂତନ ସଚିବଙ୍କୁ ମଧ୍ୟ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ୍ କରି ଦୁଃଖ ଜଣାଇଛୁ । କିନ୍ତୁ ଏଯାବତ୍ ମିଳିତ ମଂଚର ଦାବି ସମ୍ବନ୍ଧୀୟ କୌଣସି ଆଲୋଚନା କରାଯାଇ ନାହିଁ । ସେଥିପାଇଁ ରାଜ୍ୟର ପ୍ରାୟ ୫ ହଜାର ପ୍ରଶିକ୍ଷକ ପ୍ରଶିକ୍ଷିକାମାନଙ୍କ ପରିବାର ପେଟ ପୋଷିବା ପାଇଁ ଓ ଶିକ୍ଷକର ସମ୍ମାନ ରକ୍ଷା ଏବଂ ନ୍ୟାଯ୍ୟ ଅଧିକାର ନିମନ୍ତେ ବାଧ୍ୟ ହୋଇ ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି । ମିଳିତ ମଂଚର ଏକମାତ୍ର ଦାବି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକାମାନଙ୍କର ପାର୍ଟ ଟାଇମ ଭଳି କୁତ୍ସିତ ପ୍ରଥାକୁ ଉଚ୍ଛେଦ କରି ସରକାରୀ ନୀତି ଅନୁଯାୟୀ ଚାକିରିର ସର୍ତାବଳୀ ପ୍ରଚଳନ କରି ସ୍ଥାୟୀ ନିଯୁକ୍ତିର ମାନ୍ୟତା ପ୍ରଦାନ କରନ୍ତୁ ।
ଯଦି ରାଜ୍ୟ ସରକାର ପାର୍ଟ ଟାଇମ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକାମାନଙ୍କୁ ସ୍ଥାୟୀ ନିଯୁକ୍ତିର ମାନ୍ୟତା ପ୍ରଦାନ ନ କରନ୍ତି ତେବେ ଏହି ଧାରଣା ଅନିର୍ଦ୍ଧିଷ୍ଟ ପାଇଁ ଚାଲୁ ରହିବ ବୋଲି ମଳିିତ ମଂଚର ଆବାହକ ରଶ୍ମୀରଞ୍ଜନ ସାହାଣୀ ଓ ଜଗଦାନନ୍ଦ ଗିରି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ଧାରଣାରେ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୨୫୦୦ ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ଯୋଗ ଦେଇଛନ୍ତି ।
