ଦାମୋଦରପୁର ଠାରେ ନୂତନ ଟ୍ରାନ୍ସଫରମର ଉଦଘାଟନ କଲେ ସରପଂଚ

କଟକ ସଦର,୨୯/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦରପୁର ଠାରେ ଆବଶ୍ୟକତା ଦୃଷ୍ଟିରୁ ବସାଯାଇ ଥିବା ଏକ ନୂଆ ବିଦ୍ୟୁତ ଟ୍ରାନ୍ସଫରମର କୁ ଆଜି ମଙ୍ଗଳବାର ପୂର୍ବାହ୍ନରେ ସରପଂଚ ରାକେଶ ବେହେରା ନଡ଼ିଆ ବାଡ଼େଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ଜଣାଯାଇଛି।

ଆଜକୁ ଦୀର୍ଘ ବର୍ଷ ହେଲା ଶତାଧିକ ଉପଭୋକ୍ତା ଲୋ ଭୋଲଟେଜ ସମସ୍ୟା ଭୋଗ କରୁଥିବା ବେଳେ ସରପଂଚ ଙ୍କ ଉଦ୍ୟମ ଫଳରେ ଆଉ ଏକ ୧୦୦ କେଭି ର ଟ୍ରାନ୍ସଫରମର ବସାଯାଇ ସମସ୍ୟାର ସମାଧାନ ହୋଇଥିବା ରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହେବା ସହିତ ସରପଂଚ ଙ୍କ ଆନ୍ତରିକ ଉଦ୍ୟମ କୁ ଉଚ୍ଚ ପ୍ରଶଂସା କରାଯାଇଛି।

ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ୱ।ର୍ଡ ସଭ୍ୟ ଗୋଲେଖ ବିହାରୀ ଲେଙ୍କା, ନାରାୟଣ ଦାସ, ରବିନ୍ଦ୍ରନାଥ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିମାଇଁ ଚରଣ ବେହେରା, ସୁଶାନ୍ତ ଲେଙ୍କା,ସନ୍ଦିପ ଲେଙ୍କା,ନିଲମ ମଲ୍ଲିକ ପ୍ରମୁଖ ଙ୍କ ସମେତ ବହୁ ଉପଭୋକ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *