କେନ୍ଦ୍ରାପଡ଼ା, ୦୯/୦୩/୨୦୨୬ (ଓଡ଼ିଶା ସମାଚାର)- ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବାସନ୍ତୀ ଶୁକ୍ଳାଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ନାରୀ ସଶକ୍ତିକରଣ ସମ୍ପର୍କରେ ଅଧ୍ୟକ୍ଷା ଡ. ଶୁକ୍ଳା ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ନାରୀ ନିଜର ଆତ୍ମବିଶ୍ୱାସ, ସାହସ ଓ କାର୍ଯ୍ୟଦକ୍ଷତା ମାଧ୍ୟମରେ ସଫଳତା ପାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଓଡିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଡ. ଏଲୋରା କବି ନାରୀମାନେ ସୁରକ୍ଷିତ ହେଲେ ସମଗ୍ର ସମାଜର ଉନ୍ନତି ହୋଇପାରିକ ବୋଲି କହିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ
ଅଧିକାରୀ ପ୍ରଫେସର ସବିତା ଦାସ ଏକ ସୁନ୍ଦର ବିଶ୍ୱଗଠନ କରିବାରେ ନାରୀମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ତପନ କୁମାର ଦାସ କନ୍ୟା, ଭଗିନୀ, ଜାୟା ଓ ମା’ ରୂପରେ ନାରୀ ବନ୍ଦନୀୟା ବୋଲି କହିଥିଲେ ।
ଆଇ. କୁ୍ୟ. ଏ. ସି. ସେଲ ସଂଯୋଜିକା ଡ. ଏରିକା ମହାନ୍ତି ମହିଳା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗଣିତ ବିଭାଗ ମୁଖ୍ୟ ପ୍ରଫେସର ନିବେଦିତା ନାୟକ ମହିଳା ବିବସରେ ଚଳିତ ବର୍ଷର ଥିମ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନେଇଥିଲେ । ଶେଷରେ ବାଗ୍ମୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
