ଜଗତସିଂହପୁର ୦୭/୧୨/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ପରିସରସ୍ଥ ସାତୋଟି ଷ୍ଟାଡିଅମ ରେ ୩୧ଟି କ୍ରୀଡ଼ାଜିଲ୍ଲା ମଧ୍ୟରୁ ବାଳକ ବିଭଗରେ ୧୦ଟି ମ୍ୟାଚ ଓ ବାଳିକା ବିଭାଗରେ ୪ଟି ମ୍ୟାଚ ଲିଗ ଭିତ୍ତିରେ ଅନୁଷ୍ଠିତ ହୋଇଯାଇଛି ।
ବାଳକ ବିଭାଗରେ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଯାଜପୁର ବନାମ କୋରାପୁଟ ଏବଂ ସୁନ୍ଦରଗଡ ବନାମ କେନ୍ଦ୍ରାପଡା, ନନ୍ଦବ୍ରତ ଷ୍ଟାଡିୟମ ଠାରେ ଭୁବନେଶ୍ୱର ବନାମ ରାୟଗଡା ଓ ବାଲେଶ୍ୱର ବନାମ ବୌଦ୍ଧ, ସତୀ ଖେଳପଡିଆ ଠାରେ କଳାହାଣ୍ଡି ବନାମ ଦେଓଗଡ ଓ ନୟାଗଡ ବନାମ ଜଗତସିଂହପୁର, ତର୍ତ୍ତଙ୍ଗ ମିନିଷ୍ଟାଡିୟମ ଠାରେ ଖୋର୍ଦ୍ଧା ବନାମ କନ୍ଧମାଳ, ଓ କଟକ ବନାମ ଝାରସୁଗଡା, ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆ ରେ ବରଗଡ଼ ବନାମ ନୂଆପଡା, ଭଦ୍ରକ ବନାମ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ଲିଗ ପ୍ରତିଯୋଗିତାରେ ଯାଜପୁର, କେନ୍ଦ୍ରାପଡା, ଭୁବନେଶ୍ୱର, ବାଲେଶ୍ୱର, ଦେଓଗଡ, ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗଡା, ନୂଆପଡା ଏବଂ ଭଦ୍ରକ କ୍ରୀଡ଼ାଜିଲ୍ଲା ବିଜୟୀ ହୋଇଛନ୍ତି ।
ସେହିପରି ୧୭ବର୍ଷରୁ କମ ବାଳିକା ବିଭାଗରେ ପୁନଃଙ୍ଗ ସ୍ଥିତ ପୋଲିସ ବାରlକ ପଡିଆରେ ବାଲେଶ୍ୱର ବନାମ ମୟୁରଭଞ୍ଜ ଏବଂ ନୂଆପଡା ବନାମ ସମ୍ବଲପୁର, ଜୟଦୁର୍ଗା ୟୁଥ ଆଥଲେଟିକ କ୍ଲବ ଖେଳ ପଡିଆରେ ସୁନ୍ଦରଗଡ଼ବନାମ ଭଦ୍ରକ, ଓ ଅନୁଗୁଳ ବନାମ ଜଗତସିଂହପୁର ମଧ୍ୟରେ ଅନୁଷ୍ଠିତ ଲିଗ ପର୍ଯ୍ୟାୟ ମ୍ୟାଚରେ ବାଲେଶ୍ୱର, ନୂଆପଡା, ସୁନ୍ଦରଗଡ଼ ଏବଂ ଜଗତସିଂହପୁର କ୍ରୀଡାଜିଲ୍ଲା ବିଜୟୀ ହୋଇଛନ୍ତି ।
ସମସ୍ତ ଲିଗମ୍ୟାଚକୁ ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ, ଡ ସୁଶାନ୍ତ ମହାନ୍ତିଙ୍କ ମାର୍ଗଦର୍ଶନରେ ଏବଂ ସହକାରୀ ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ପରିଡା ଓ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଜୟନ୍ତ କୁମାର ରlୟଙ୍କ ତତ୍ତ୍ଵ।ବଧାନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ଷ୍ଟାଡିୟମରେ ଅନୁଷ୍ଠିତ ଖେଳରେ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ତ୍ରିଲୋଚନ ସାହୁଙ୍କ ନେତୃତରେ ଜୁନିଅର ରେଡ଼କ୍ରସ, ଏନ.ସି. ସି ଏବଂ ସ୍କାଉଟ ଗାଇଡ ମାନଙ୍କୁ ନେଇ କ୍ରୀଡ଼ାବିତ ମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା ।
ଏହି ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯଗିତାର ପ୍ରତ୍ୟକ କାର୍ଯ୍ୟକ୍ରମକୁ କମିଟିରେ ସ୍ଥାନୀତ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ, ଶାରୀରିକ ଶିକ୍ଷା ଶିକ୍ଷକ, ବିଭିନ୍ନ ପଡିଆର ପ୍ରତିଯୋଗିତା ଦାୟିତ୍ୱରେ ଥିବା ଅଫିସିଆଲମାନେ ଓ ଅନ୍ୟ ମାନେ ସହଯୋଗ ପ୍ରଦାନ କରିଥିଲେ ।
