କିକ ବକ୍ସିଙ୍ଗ କ୍ରୀଡାରେ ହିନ୍ଦୋଳ କଲେଜ ଛାତ୍ର ଛାତ୍ରୀଙ୍କର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ

ଖଜୁରିଆକଟା ୧୧/୦୧/୨୦୨୫ (ଓଡ଼ିଶା ସମାଚାର)-ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ନୃସିଂହ ଚୌଧୁରୀ କଲେଜ, ଯାଜପୁର ଠାରେ ଅନୁଷ୍ଠିତ ଆନ୍ତଃମହାବିଦ୍ୟାଳୟ କିକ ବକ୍ସିଙ୍ଗ  ଚାମ୍ପି୍ୟାନସିପ୍ ରେ ହିନ୍ଦୋଳ କଲେଜ, ଖଜୁରିଆକଟାର ୬ ଜଣ ଛାତ୍ର,ଛାତ୍ରୀ ଗତ ୧୦ ତାରିଖ ଦିନ ଅଂଶ ଗ୍ରହଣ କରି ସଫଳତା ଅର୍ଜନ କରି କଲେଜର ଗୌରବକୁ ବୃଦ୍ଧି କରିଛନ୍ତି । ଛାତ୍ର, ଛାତ୍ରୀଙ୍କ ମଧ୍ୟରୁ +୩ କଳା ବିଭାଗର ତୃତୀୟ ବର୍ଷ ଛାତ୍ରୀ ସନ୍ଧ୍ୟାରାଣୀ ନାଠୀ ଓ ସୁଚିସ୍ମିତା ସାମଲ ସ୍ୱର୍ଣ୍ଣପଦକ ହାସଲ କରିଥିଲା ବେଳେ ଛାତ୍ରୀ ଋତୁପର୍ଣ୍ଣା ମହାପାତ୍ର ଓ ଛାତ୍ର ସନ୍ତୋଷ ବେହେରା ରୌପ୍ୟ ପଦକ ପାଇଛନ୍ତି । ଏହି ଉପଲକ୍ଷେ ୧୧ ତାରଖ ଦିନ କଲେଜ ପରିସରରେ  ଭାରପ୍ରାପ୍ତ ଅଧ୍ୟକ୍ଷ ବିମଳ ପ୍ରଧାନ ବିଜେତା ମାନଙ୍କୁ ପୁଷ୍ପତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ କ୍ରୀଡା ପରିଷଦର ଉପସଭାପତି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, କ୍ରୀଡା ଶିକ୍ଷକ ସତ୍ୟବ୍ରତ ଜେନାମଣିଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *