ଡଃ ରାଧାନାଥ ରଥ ଙ୍କ ଜୟନ୍ତୀ ପାଳିତ

ଭୁବନ ୦୭/୧୨/୨୦୨୫ (ଓଡ଼ିଶା ସମାଚାର)-ଭୁବନ ଏନ୍ ଏ ସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ସ୍ଥିତ ତୁଳସୀ ଭବନ ଠାରେ ପଦ୍ମ ଭୂଷଣ ଡଃ ରାଧାନାଥ ରଥ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନ ଆଞ୍ଚଳିକ ସାହିତ୍ୟ ସେବା ପରିଷଦ ସମ୍ପାଦକ କବି ସୁରେନ୍ଦ୍ର କୁମାର ପୃଷ୍ଟି,ବାଣୀ ସାହିତ୍ୟ ସାଂସଦ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା,କବି ଚିତ୍ତ ରଂଜନ ମିଶ୍ର,ଚିତ୍ରଶିଳ୍ପୀ ନାରାୟଣ ସାହୁ, ଇଂ ଈଶ୍ୱର ଚନ୍ଦ୍ର ବେହେରା,ସମାଜସେବୀ ରାମକୃଷ୍ଣ ପୋଥାଳ,ଅଧ୍ୟାପକ ଲଳିତ ବେହେରା,ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀଧର ବେହେରା, ପାଲା ଗାୟକ ଅଶୋକ ସାମଲ,କବୟିତ୍ରୀ ତୁଳସୀ ରାଣୀ ବେହେରା,ବିଳାସିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଡଃ ରାଧାନାଥ ରଥ ଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ,ଡଃ ରଥ ଜଣେ ବ୍ୟକ୍ତି ନଥିଲେ , ସେ ଥିଲେ ଏକ ଅନୁଷ୍ଠାନ ।

ଦୈନିକ ସମାଜ ସମ୍ପାଦକ ଭାବେ ତାଙ୍କର ଝିଟିପିଟି କହେ ଲେଖା ରାଜନୀତିରେ ଝଡ ସୃଷ୍ଟି କରୁଥିଲା । ଡଃ ରଥ ଦ୍ଵିତୀୟ ଗୋପବନ୍ଧୁ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ଓ ଡଃ ରଥ ଙ୍କ ଫଟୋଚିତ୍ର ଓ ଆତ୍ମ ଜୀବନୀ ଲୋକାର୍ପିତ କରାଯାଇଥିଲା ।ଶେଷରେ କବୟିତ୍ରୀ ସରୋଜିନୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *