କଟକ, କଟକ,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ରେଭେନ୍ସା ବିଶ୍ୱବିଦ୍ୟାଳୟର ଊନବିଂଶ ପ୍ରତିଷ୍ଠା ଦିବସ ଶନିବାର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଭେନ୍ ପିଲାର୍ ଅଫ୍ ୱିସଡମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମସର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଡ. ଆଶୁତୋଷ ବିଶ୍ୱାସ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ରେଭେନ୍ସା ସାରା ରାଜ୍ୟରେ ଶିକ୍ଷାର ଏନ୍ତୁଡ଼ିଶାଳ । ଗୁଣାତ୍ମକ ଶିକ୍ଷା ପ୍ରଦାନର ସର୍ବଶ୍ରେଷ୍ଠ ମାନଦଣ୍ଡ ଭାବେ ପରିଚୟ ପାଇଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ବଜାୟ ରଖିବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୨୭ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିଭଳି ଏନସିସି ଓ ଏନଏସଏସ୍ କ୍ୟାଡେଟ୍ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।
