ବିଶ୍ୱ ଅହିଂସା ଦିବସ ଅବସରରେ ଭୂମିପୁତ୍ର ସାହିତ୍ୟ ସଂସଦର ସ୍ୱନକ୍ଷତ୍ର ଉତ୍ସବ

ଗାନ୍ଧୀବାଦ : ଆଜିର ଆବଶ୍ୟକତା ସଂପର୍କରେ ଆଲୋଚନାଚକ୍ର

ନିଶ୍ଚିନ୍ତକୋଇଲି, ୦୩/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )ନିଶ୍ଚିନ୍ତକୋଇଲି ବ୍ଳକ ବଡକ୍ଷୀର ପଂଚାୟତ ଗୋପପୁର ପଣସପଡିଆସ୍ଥ ଗାନ୍ଧୀସ୍ମୃତି ପୀଠ ପରିସରରେ ବିଶ୍ୱ ଅହିଂସା ଦିବସ ଅବସରରେ ଭୂମିପୁତ୍ର ସାହିତ୍ୟ ସଂସଦର ସ୍ୱନକ୍ଷତ୍ର ଉତ୍ସବ ଏବଂ ରାଜ୍ୟ ସ୍ତରୀୟ ‘ଗାନ୍ଧୀବାଦ: ଆଜିର ଆବଶ୍ୟକତା’ ସଂପର୍କରେ ଆଲୋଚନାଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସଂସଦର ପ୍ରତିଷ୍ଠାତା ସଂପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଲୋକସେବା ଫାଉଣ୍ଡେସନର ଅଧ୍ୟକ୍ଷ ହିଂମାଶୁ ମହାନ୍ତି, ମୁଖ୍ୟଅତିଥି ଭାବେ ଉତ୍ସାହ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଦେବାଶିଷ ବେଉରିଆ, ମୁଖ୍ୟବକ୍ତା ବିଶିଷ୍ଟ ଆଇନଜୀବୀ ଅମରେନ୍ଦ୍ରନାରାୟଣ ଦାସ, ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ କଟକ ଜିଲ୍ଲା  ବିଜ୍ଞାନ ପରିଦର୍ଶକ ପ୍ରକୃତିବନ୍ଧୁ ଅକ୍ଷୟ କୁମାର ଷଢଙ୍ଗି, ବରେଣ୍ୟଅତିଥି ଭାବେ ଅଚ୍ୟୁତସେବା ସଦନ ସଂପାଦକ କିଶୋର ଚନ୍ଦ୍ର ବସ୍ତିଆ, ଆୟୁଷ ଡାକ୍ତର ଜାପାନୀ ମହାପାତ୍ର,  ସାହିତ୍ୟିକ ଫକୀର ଚରଣ ନାୟକ, ଚିକିତ୍ସକ ଡ. ଅଶ୍ୱିନୀ କୁମାର ଲେଙ୍କା, କବି କୁଳମଣି ସାହୁ, ପ୍ରକୃତିବନ୍ଧୁ ବିକ୍ରମ କେଶରୀ ନାଥ ପ୍ରମୁଖ ଯୋଗଦାନକରି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଓ ଶାନ୍ତିରଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ସଂପର୍କରେ ଆଲୋକପାତ କରିବା ସହ ସମାଜରେ ଗାନ୍ଧୀବାଦର ଆବଶ୍ୟକତା ସମ୍ବନ୍ଧରେ ବହୁ ସକରାତ୍ମକ ଓ ବାସ୍ତବବାଦୀ ମତମାନ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ଗାନ୍ଧୀସ୍ମୃତିପୀଠର ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସାମାଜିକ ସେବା ତଥା ତ୍ୟାଗର ଉଲ୍ଲେଖନୀୟ ଅବଦାନ ନିମିତ ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ସରୋଜବନ୍ଧୁ ଦାଶ, ବଡକ୍ଷୀର ସରପଂଚ ହିଂମାଶୁ ନାରାୟଣ ମଲ୍ଲ,  ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ମର୍ଯ୍ୟାଦାଜନକ ‘ଭୂମିପୁତ୍ର ସେବା ସମ୍ମାନ ୨୦୨୬’ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ପରିଚାଳନାରେ ପ୍ରେମଲତା ବେହେରା, କୃତୀରାଣୀ ମାହାଳୀ, ପଞ୍ଚାନନ ପଣ୍ଡା, ନିବେଦିତା ଶତପଥି, ବିଜୟିନୀ ପଣ୍ଡା, ଶାରଦା ପ୍ରସନ୍ନ ପଣ୍ଡା, ସ୍ମୃତିରେଖା ପଣ୍ଡା, ହରିହର ପଣ୍ଡା, ବିଦ୍ୟୁଲତା ବେହେରା, ସଂଧ୍ୟାରାଣୀ ରାଉତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ଶତାଧିକ ମହିଳା ଉପସ୍ଥିତ ରହିଥିଲେ । ଶେଷରେ ସମାଜସେବୀ ଦେବବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *