ଜଗତସିଂହପୁର,୦୭/୧୨/୨୦୨୫ (ଓଡ଼ିଶା ସମାଚାର)- ଭାରତ ସରକାର ଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ କୃଷି ପ୍ରାଥମିକ ସମବାୟ ସମିତି ର ଭୁମିକା ଅତି ଗୁରୁତ୍ୱପୂର୍ଣ । ଜିଲ୍ଲା ରେ ଥିବା ସମସ୍ତ ପ୍ରାଥମିକ ସମବାୟ ସମିତି ର ନିଷ୍ଠାପର ସହଯୋଗିତା ଓ ଭାଗିଦାରୀ ଦ୍ୱାରା ଆମ ରାଜ୍ୟ, ଜାତୀୟ ସ୍ତର ରେ ଫସଲ ବୀମା ଯୋଜରେ ଅଗ୍ରଣୀ ସ୍ଥାନ ଅଧିକାର କରୁଛି ବୋଲି,କୃଷି ପ୍ରାଥମିକ ସମବାୟ ସମିତି ମାନଂକୁ ବୀମା ସେବା ଦେୟ ପ୍ରଦାନ ଉତ୍ସବ ରେ ଆଲୋକପାତ କରାଯାଇଛି ।
କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ଜଗତସିଂହପୁର ଶାଖା ର ସଭାଗୃହ ରେ ସେବା ପ୍ରଦାନ କାରି ଇଣ୍ଡସ ଇଣ୍ଡି ଜେନେରାଲ ଇନସୁ୍ରାନ୍ସ କମ୍ପାନୀ ସଂଯୋଜନା ରେ ଆୟୋଜିତ ଉତ୍ସବ ରେ ଜିଲ୍ଲା ମୁଖ୍ୟ ସମବାୟ ନିବନ୍ଧକ ପ୍ରଭାତ କୁମାର ଶତପଥୀ, ଉପ -ସହକାରୀ ସମବାୟ ନିବନ୍ଧକ ସ୍ଵର୍ଣଲତା ନାୟକ,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ଜଗତସିଂହପୁର
ଶାଖା ପରିଚାଳକ ଅମୀୟ ମହାନ୍ତି ପ୍ରମୁଖ ଯୋଗଦାନ କରି ଚଳିତ ରବି ଋତୁ ପାଇଁ ଚାଲିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଜିଲ୍ଲା ପାଇଁ ବିଜ୍ଞପିତ ଫସଲ ମୁଗ, ବିରି, ଚିନାବାଦାମ, ଆଖୁ, ଆଳୁ, ଓ ଖରାଦିନିୟା ଧାନ କୁ ଅଧିକ ମାତ୍ରା ରେ ବୀମା ଭୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ ।
ଇଣ୍ଡସ ଇଣ୍ଡି ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ର ଜିଲ୍ଲା ପରିଚାଳକ ପ୍ରମୋଦ କୁମାର ନାୟକ, ଚାଷୀ ମାନେ, ପ୍ଲଟ ପିଛା ମାତ୍ର ଏକ ଟଙ୍କା ଦେଇ ଉଭୟ ବ୍ୟାଙ୍କ ଓ ଜନସେବା ପ୍ଲାଟଫର୍ମ ରେ କୃଷି ପ୍ରାଥମିକ ସମବାୟ ସମିତି ମାଧ୍ୟମ ରେ ଡିସେମ୍ବର ୧୫,ତାରିଖ ସୁଦ୍ଧା ଚାଷୀ ମାନଙ୍କ ବୀମା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସର ରେ ଗତ ୨୦୨୩ ମସିହା ଖରିଫ ଋତୁ ପାଇଁ ଇନ୍ସୁରାନ୍ସ କମ୍ପାନୀ ର ସେବାଦେୟ ସମବାୟ ସମିତି ର ସମ୍ପାଦକ ମାନଂକୁ ପ୍ରଦାନ କରାଯାଇଥିଲା । ସାଂପୁର କୃଷି ପ୍ରାଥମିକ ସମବାୟ ସମିତି ର ସମ୍ପାଦକ ରାଜେନ୍ଦ୍ର ନାୟକ ଙ୍କୁ ଅତିଥି ମାନେ ବୀମା ସେବା ଦେୟ ନମୁନା ଚେକ ବିତରଣ କରିଥିଲେ । ଏହି ଅବସର ରେ ଫସଲ ବୀମା ଯୋଜନା କୁ କାଯ୍ୟକାରୀ କରିବାରେ ଉଲ୍ଲେଖ ନିୟ ଅବଦାନ ପାଇଁ ଶାଖା ପରିଚାଳକ ଅମୀୟ ମହାନ୍ତି, ଡାଟା ଏଣ୍ଟ୍ରି ସହାୟକ ସୁବ୍ରତ ପରିଜା ଙ୍କୁ ଇନ୍ସୁରାନ୍ସ କମ୍ପାନୀ ତରଫରୁ ଉପଢକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ୟ୍ୟକ୍ରମ ଆୟୋଜନ ରେ ବ୍ୟାଙ୍କ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ. ଶେଷରେ ବ୍ଲକ ସଂଯୋଜକ ପ୍ରସନ୍ନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
