୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ କ୍ରିକେଟ ପ୍ରତିଯୋଗିତା ୨୦୨୫-୨୬ରେ ବାଳକ ବିଭାଗରେ ଗଜପତି ଏବଂ ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିୟନ

ଜଗତସିଂହପୁର ୧୧/୧୨/୨୦୨୫ (ଓଡ଼ିଶା ସମାଚାର)-  ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ, ଭୁବନେଶ୍ୱର ଓ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଜଗତସିଂହପୁର ସୌଜନ୍ୟରୁ ୬୯ତମ ରାଜ୍ୟସ୍ତରୀୟ  ୧୭ବର୍ଷରୁ କମ କ୍ରିକେଟ ପ୍ରତିଯୋଗିତାର ଉତ୍କଣ୍ଠା ପୂର୍ଣ୍ଣ ଫାଇନାଲ ମ୍ୟାଚରେ ବାଳକ ବିଭାଗରେ ଗଜପତି ଜିଲ୍ଲା ଯାଜପୁରକୁ ହରାଇ ଚାମ୍ପିୟନ ହୋଇଥିଲା ବେଳେ ବାଳିକା ବିଭାଗରେ କଟକକୁ ହରାଇ ଭୁବନେଶ୍ୱର ଚାମ୍ପିୟନ ହୋଇଛି । ଏହା ପୂର୍ବରୁ ଅନୁଷ୍ଠିତ ବାଳକ ବିଭାଗରେ ଦୁଇଟି ସେମି ଫାଇନାଲରେ ମାଲକାନଗିରିକୁ ହରାଇ ଯାଜପୁର ଓ ନବରଙ୍ଗପୁରକୁ ହରାଇ ଗଜପତି ଫାଇନାଲକୁ ଉନ୍ନୀତ ହୋଇଥିଲେ ।

ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷାଧିକାରୀ କେଶବ ମେହେର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜ୍ୟଶ୍ରୀ ସାହୁ, ଡ ସୁଶାନ୍ତ ମହାନ୍ତି, ମାଧ୍ୟମିକ ଶିକ୍ଷା, ଭୁବନେଶ୍ୱରର  ପ୍ରାକ୍ତନ ଯୁଗ୍ମ ନିର୍ଦେଶକ ସପନ କୁମାର ଜେନା,   ଶାରୀରିକ ଶିକ୍ଷାଅଧିକାରୀ ଜୟନ୍ତ କୁମାର ରାୟ, ଜିଲ୍ଲା କ୍ରିକେଟ ସଂଗଠନ ସମ୍ପାଦକ ଅନିଲ କୁମାର ବିଶ୍ୱାଳ, ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ଵବିଜୟିନୀ ପଟ୍ଟନାୟକ, ମଣ୍ଡଳ ଶିକ୍ଷା ଅଧିକାରୀ ମିହିର କୁମାର ପାଲ, ମଧୁସ୍ମିତା ପତି, ମନୋଜ କୁମାର ବେହେରା ସନମ୍ମାନୀୟ ଅତିଥି ଭାବରେ ଯୋଗଦେଇ ଚାମ୍ପିୟନ ଜିଲ୍ଲା ଏବଂ ରନର୍ସ କପ ବିଜେତା ଜିଲ୍ଲାର କ୍ରୀଡ଼ାବିତ ମାନଙ୍କର ସୁଦୀର୍ଘ ଭବିଷ୍ୟତ କାମନା କରିଥିଲେ ।  ଶାରୀରିକ ଶିକ୍ଷାର ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ଅନୁଷ୍ଠିତ ପ୍ରତିଯୋଗିତାର ଆଭିମୂଖ୍ୟ ପ୍ରଦାନ କରିଥିଲେ ।

 ବିଜ୍ଞାନ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର ଏବଂ ଶିକ୍ଷୟତ୍ରୀ ମନୀଷା ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ।  ଉତ୍ସବ ପ୍ରାରମ୍ଭରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁରର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲାବେଳେ ଉପସ୍ଥିତ ଥିବା ଜିଲ୍ଲାର କ୍ରୀଡ଼ାବିତମାନେ ସୁନ୍ଦର ଢଙ୍ଗରେ  ଜମ୍ବଲ ମାର୍ଚ୍ଚପାଷ୍ଟ ରେ ପ୍ରତିନିଧିତ୍ୱ କରିଥିଲେ ।  ପୁରସ୍କାର ବିତରଣ ଉତ୍ସବରେ ବାଳକ ବିଭାଗରେ ଗଜପତି ଜିଲ୍ଲାକୁ ଚାମ୍ପିୟନ କପ, ଯାଜପୁର ଜିଲ୍ଲାକୁ ରନର୍ସ କପ, ବାଳିକା ବିଭାଗରେ ଭୁବନେଶ୍ୱରକୁ ଚାମ୍ପିୟନ କପ ଏବଂ କଟକ ଜିଲ୍ଲାକୁ ରନର୍ସ କପ ପ୍ରଦାନ କରାଯାଇଥିଲା ।

 ଅଭୟ କୁମାର ମହାନ୍ତି,, ଧର୍ମେନ୍ଦ୍ର ଦାସ ଅଜୟ କୁମାର ଭୋଇ, ବିନୀତ ଖୁଣ୍ଟିଆ, ରଞ୍ଜନ କୁମାର ମିଶ୍ର, ରଶ୍ମୀକାନ୍ତ ଦାସ,ସୂଚୀ ସ୍ମିତା ସ୍ୱାଇଁ, ତ୍ରିଲୋଚନ ସାହୁ, ଚନ୍ଦନ କୁମାର ବେହେରା,  ଜ୍ଞାନରଞ୍ଜନ ବିଶ୍ୱାଳ, ବିକ୍ରମ ମହାପାତ୍ର ଅବଦୁଲ ହମିଦ, ମିଲନ କୁମାର ଓଝା, ଭୁବନାନନ୍ଦ ଦାସ, ସୁଶାନ୍ତ କୁମାର ଦାସ, ଶୁଭଜ୍ୟୋତି ସ୍ୱାଇଁ, ବିନାୟକ ଉପାଧ୍ୟାୟ  ତଥା କମିଟିରେ ସ୍ଥାନୀତ ମଣ୍ଡଳ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ, ଶାରୀରିକ ଶିକ୍ଷା ଶିକ୍ଷକ, ରାଜ୍ୟ ତଥା ଜିଲ୍ଲାର କର୍ମକର୍ତ୍ତା ମାନେ ଉତ୍ସବ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ  ।

Leave a Reply

Your email address will not be published. Required fields are marked *