କଟକ ସଦର, ୦୩/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସାନ୍ତପୁର ଠାରେ ଥିବା ଚିତ୍ରୋତ୍ପଳା ନଦୀର ଅଚ୍ୟୁତାନନ୍ଦ ସେତବର ଦୁଇ ପଟେ ବାଲି ଜମା ହୋଇ ଦୂର୍ଘଟଣାର କାରଣ ହେଉଛି।

ଏଥିପାଇଁ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ସଭାପତି ସମାଜସେବୀ, ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଙ୍କ ଆହ୍ବାନ କ୍ରମେ ଆଜି ବୁଧବାର ସକାଳେ ସାନ୍ତପୁର ପଞ୍ଚାୟତର ଉତ୍ସାହି ସଦସ୍ୟ ମାନେ ସାମ୍ବାଦିକ ଅମିତାଭ ମହାପାତ୍ର ଙ୍କ ନେତୃତ୍ଵରେ ସେତୁରୁ ବାଲି ଓ ଅଳିଆ ଆବର୍ଜ୍ଜନା ସଫାକରି ଉଦାହରଣ ସୃଷ୍ଟି କରିଛନ୍ତି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ନାଥ ମହାନ୍ତି,ସୈ।ମ୍ୟରଞ୍ଜନ ଲେଙ୍କା, ପବିତ୍ର ସେଠୀ,ସୁଦାମ ମଲ୍ଲିକ, ରମଣୀ ରଞ୍ଜନ ନାୟକ,ସୈ।ମ୍ୟ ରଞ୍ଜନ ମହାନ୍ତି, ବାମଦେବ ପରିଡ଼ା, କାଳନ୍ଦୀ ବାରିକ୍,ମୁନିଆ ମହାପାତ୍ର ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ। ସଂଗଠନ ର ଏତାଦୃଶ କାର୍ୟ କୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।
