ଭୁବନ ବୁଦ୍ଧେଶ୍ୱର ମହୋତ୍ସବ ,  ମଶାଲ ଶୋଭାଯାତ୍ରା କୁ ଭବ୍ୟ ସ୍ଵାଗତ 

ଭୁବନ, ୨୩/୧୧/୨୦୨୩ (ଓଡ଼ିଶା ସମାଚାର)- ଭୁବନ ର କଳା,ସଂସ୍କୃତି, ଐତିହ୍ୟ,ପରମ୍ପରାକୁ ନେଇ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ବୁଦ୍ଧେଶ୍ୱର ମହୋତ୍ସବ । ଏହି ମହୋତ୍ସବ ନିମନ୍ତେ ଆଜି ଗୁରୁବାର ପବିତ୍ର ମହାପଞ୍ଚୁକ ଅବସରରେ ଭୁବନ ବ୍ଲକ ର ସମସ୍ତ ୧୮ ଗୋଟି ପଞ୍ଚାୟତ ର ବିଭିନ୍ନ ଶୈବ ପୀଠ ଓ ଶକ୍ତି ପୀଠ ରେ ପୂଜାର୍ଚ୍ଚନା ହୋଇ ଦିବା ୧୦ ଘଟିକା ସମୟରେ କାଳୀ ବଜାର ଠାରେ ମଶାଲ ପହଞ୍ଚିଥିଲା । ପରେ କାଳୀ ବଜାର ସ୍ଥିତ ମା ବାଟ ମଙ୍ଗଳା ଙ୍କ ନିକଟରେ ପୂଜା କରାଯାଇ ଆଜ୍ଞା ମାଳ ଗ୍ରହଣ କରି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଙ୍କ ସମେତ ସଙ୍କୀର୍ତ୍ତନ ମଣ୍ଡଳୀ,ମହିଳା ହରିବୋଲ ,ହୁଳହୁଳି ଦେଇ ଭବ୍ୟ ସ୍ବାଗତ କରି ମଶାଲ ଶୋଭାଯାତ୍ରା କୁ ବାବା ବୁଦ୍ଧେଶ୍ଵର ଙ୍କ ପୀଠକୁ ପାଛୋଟି ନେଇଥିଲେ । ମହୋତ୍ସବ କମିଟି ସଭାପତି କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ସମେତ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ତହସିଲଦାର ସିରୀୟଲ ଶୁଭ୍ର ପଟେଲ,ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା, ଏନ୍ ଏ ସି ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ,କନିଷ୍ଠ ଯନ୍ତ୍ରୀ ଶକ୍ତି ପ୍ରସାଦ ସାହୁ,ବୁଦ୍ଧେଶ୍ଵର ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ ,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ପୂର୍ବତନ ନଗରପାଳ ନରହରି ସାହୁ,ଶ୍ରୀମତୀ କବିତା ବାରିକ,ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି, କାଳୀ ବଜାର ସଭାପତି ସମୀର କୁମାର ସାହୁ, ଦୁର୍ଗା ବଜାର ସଭାପତି ଶ୍ରୀକାନ୍ତ କୁମାର ସାହୁ,ଗୁଜୁରୀ ବଜାର ସଭାପତି ପ୍ରଭାତ କୁମାର ସାହୁ,ସମସ୍ତ କାଉନସିଲର,ମହୋତ୍ସବ କମିଟି ସଦସ୍ୟ ଗୁରୁ ପ୍ରସାଦ ମିଶ୍ର,ଜିତେନ୍ଦ୍ର ଦାସ, ଦିଲ୍ଲୀପ କୁମାର ଦାସ,ସତ୍ୟବାଦୀ ସେନାପତି,ପ୍ରେମାନନ୍ଦ ପାଣିଗ୍ରାହୀ ,ଅଶୋକ କୁମାର ସାମଲ ପ୍ରମୁଖ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ । ପଞ୍ଚୁକ ବ୍ରତ ଆରମ୍ଭ ରୁ ଦୋଳି,ମିନା ବଜାର,ଯାତ୍ରା ଓ ପଲ୍ଲୀଶ୍ରୀ ମେଳା ଆରମ୍ଭ ହୋଇଛି । ଆସନ୍ତା ୨୬ ରୁ ୨୮ ତିନି ଦିନ ମହୋତ୍ସବ ଅନୁଷ୍ଠିତ ହେବ । ଏହି ମହୋତ୍ସବରେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,ଅର୍ଚ୍ଚିତା,ପ୍ରଜ୍ଞା,ଅଭିନେତା ସବ୍ୟସାଚୀ ଙ୍କ ସମେତ ବହୁ ଓଲିଉଡ ଓ ବଲିଉଡ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *