କିଶନନଗର ଅଞ୍ଚଳର ଜଣାଶୁଣା ମୂର୍ତ୍ତି କାରିଗର କୃଷ୍ଣ ଚନ୍ଦ୍ର ମହାରଣାଙ୍କ ହୃଦଘାତରେ ଅକାଳ ବିୟୋଗ, ଶୋକର ଛାୟା

କଟକ ସଦର, ୦୩/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଅଞ୍ଚଳର ଜଣାଶୁଣା ଚିତ୍ରକର ତଥା ମୂର୍ତ୍ତି କାରିଗର କୃଷ୍ଣ ଚନ୍ଦ୍ର ମହାରଣାଙ୍କର ଆଜି ବୁଧବାର ସକାଳେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ୬୮ ବର୍ଷ ବୟସରେ ପରଲୋକ ଘଟିଛି।

ସିଏ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମ ପରାୟଣ ଵ୍ୟକ୍ତି ଭାବେ ଏଵଂ କିଶନନଗରର ଜଣେ ମୂରବୀ ଥିଲେ।ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *