କଟକ ସଦର,୦୩/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଅବିଭକ୍ତ କଟକ ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତର ପୂର୍ବତନ ସରପଂଚ ହରି ଗୋଛୟତ ଙ୍କର ଆଜି ବୁଧବାର ସକାଳେ ପରଲୋକ ଘଟିଛି । କଟକ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି।
ସ୍ୱର୍ଗତ ଗୋଛୟତଙ୍କର ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମରଶରୀର ତାଙ୍କ ଦକ୍ଷିଣସାଇଲୋ ବାସଭବନରେ ପହଞ୍ଚିଵା ପରେ ପଞ୍ଚାୟତ କାର୍ଯ୍ୟାଳୟ କୁ ନିଆଯାଇଥିଲା। ସେଠାରେ ସରପଂଚ ଅବଦୁଲ ୱ।ହିଦ୍ ଖାଁ, ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ତାଙ୍କ ମୃତ୍ୟୁରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ଗଭୀର ଶୋକପ୍ରକାଶ କରିଛନ୍ତି। ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି।
