ବରିଷ୍ଠ ସମ୍ବାଦପତ୍ର ବିତରକଙ୍କ ପରଲୋକ

କେନ୍ଦ୍ରାପଡ଼ା,୩୦/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଜୟୀପୁରା ଗ୍ରାମର ବରିଷ୍ଠ ସମ୍ବାଦପତ୍ର ବିତରକ ମହମ୍ମଦ ସାବିର ଅହେମ୍ମଦଙ୍କ ୫୯ବର୍ଷ ବୟସରେ ବିୟୋଗ ହୋଇଯାଇଛି । ସେ ଜଣେ ମିଷ୍ଟଭାଷୀ , ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ବହୁ ସାମ୍ବାଦିକ, ସମ୍ବାଦପତ୍ର ଏଜେ ଏବଂ ଲୋକପ୍ରତିନିଧିମାନେ ତାଙ୍କ ଜୟୀପୁରାସ୍ଥିତ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଜନାଜା ପାଠ ପରେ ତାଙ୍କୁ ଜୟୀପୁରାସ୍ଥିତ କବରସ୍ଥାନରେ କବର ଦିଆଯାଇଛି ।

Leave a Reply

Your email address will not be published. Required fields are marked *