କଟକ ସଦର, ୩୦/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସିର୍ଲୋ ନିଗମାନନ୍ଦ ଆଶ୍ରମ ପରିସରରେ ଆଜି ରବିବାର ଦିନ ଶ୍ରୀ ଗୁରୁଙ୍କ ଷୋଡ଼ଶ ଉପଚାର ପୂଜା, ଗୀତା ପାରାୟଣ, ନାମ ଯଜ୍ଞ,ଅନ୍ନ ଯଜ୍ଞ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସଦାଶିବ ବ୍ରହ୍ମଚାରୀ, ପ୍ରାଧ୍ୟାପକ ଡ଼ଃ କିଶୋର ଚନ୍ଦ୍ର ଦାସ, ନିମାଇଁ ଚରଣ ଦାଶ, ସିର୍ଲୋ ସାରସ୍ଵତ ସଂଘ ସଭାପତି ପ୍ରାଣକୃଷ୍ଣ ଦାଶ, ସନ୍ତୋଷ କୁମାର ବସ୍ତିଆ, ଅଜିତ କୁମାର ଦାଶ, ହେମନ୍ତ ବାବା, ଗନ୍ଧର୍ବ ଆଚାର୍ଯ୍ୟ,କର୍ତା କର୍ତ୍ରୀ ବଂଶୀଧର ମହାପାତ୍ର, ମିନତୀ ମିଶ୍ର, ଜଗନ୍ନାଥ ଵସ୍ତିଆ, ଅଧ୍ୟାପକ ଅଜିତ କୁମାର ମୂଖାର୍ଜୀ ପ୍ରମୁଖ ବହୁ ଗୀତା ପ୍ରେମୀ ଓ ନିଗମାନନ୍ଦ ଆଶ୍ରିତ ଯୋଗ ଦେଇ ଭଗବତ୍ ଗୀତା ପ୍ରଚାର ଦ୍ୱାରା ଲୋକଙ୍କ ମନରେ ଆଧ୍ୟାତ୍ମିକ ଚେତନା ବିକାଶ ହୋଇଯାଏ ବୋଲି ଆଲୋକପାତ କରିଥିଲେ।
