ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ରେ ଲାଗି ଯୁବକ ଙ୍କ ଜୀବନ ଚାଲିଗଲା

ବାଲିଗୁଡା,୧୬/୦୫/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ମଣିପୁର ଗ୍ରାମରେ ଛେଳି ଚରାଇବାକୁ ଯାଇଥିବା ବେଳେ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ପେନାପୁସି ଗ୍ରାମର ସମିତି ପ୍ରଧାନ (୩୩)ଙ୍କ ଚାଲିଗଲା ଜୀବନ

ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ସକାଳେ ଛେଳି ନେଇ ମଣିପୁର ଗ୍ରାମ ଆଡେ ଚରାଇବାକୁ ଯାଇଥିଲେ ହେଲେ ମଣିପୁର ରେ ଥିବା ପାଚେରୀ ବିହୀନ ଟ୍ରାନ୍ସଫର୍ମରେ ଲାଗି ସମିତି ଙ୍କ ଜୀବନ ଚାଲିଯାଇଥିଲା ବିଦ୍ୟୁତ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ସମିତି ଙ୍କ ଅକାଳରେ ଜୀବନ ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ଏଣୁ ବିଦ୍ୟୁତ୍ ବିଭାଗ ମୃତକ ଙ୍କ ପରିବାର କୁ ଯଥା ଶୀଘ୍ର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ଖବର ପାଇ ଦାରିଙ୍ଗବାଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏନେଇ ଏକ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି

Leave a Reply

Your email address will not be published. Required fields are marked *