ବରିଷ୍ଠ ବିଜେଡି ନେତା ଆଲୋକ ଖଣ୍ଡୁଆଳଙ୍କ ହୃଦଘାତରେ ଅକାଳ ମୃତ୍ୟୁ,ଶୋକର ଛାୟା

କଟକ ସଦର,୦୪/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ବିଜେଡ଼ି ନେତା ତଥା ଅରିଲୋ ପଞ୍ଚାୟତ ର ବିଜେଡ଼ି ସଭାପତି ନାଲୁଆ ଓରଫ ଆଲୋକ ରଂଜନ ଖଣ୍ଡୁଆଳ(୫୦) ଙ୍କର ହୃଦଘାତରେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ମୃତ୍ୟୁ ଘଟିଥିବା ଜଣାପଡିଛି।ତାଙ୍କ ମୃତ୍ୟୁ ଖଵର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା,କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, ଉତ୍କଳ ବିକାଶ ପରିଷଦ ର କାର୍ଯ୍ୟକାରୀ ସଭାପତି ବିମଳ ପଣ୍ଡା,ପୂର୍ବତନ ସରପଂଚ ଅକ୍ଷୟ କୁମାର ସାହୁ, ପୂର୍ବତନ ସମିତି ସଭ୍ୟ ରୂପକ କୁମାର ସ୍ୱାଇଁ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ସାନ ପୁଅ ଗୁଜୁରାଟ ରୁ ଆସିଵା ପରେ ରାତିରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *