କଟକ ସଦର,୨୫/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଗିରିଧାରୀ ମଠ ପରିସରରେ ଆଜି ବୁଧବାର ଦିନ ରାଜ୍ୟ ଯୋଜନା ଆନୁକୁଲ୍ୟରେ ବ୍ଲକ୍ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ବ୍ଲକ ଉଦ୍ୟାନ କୃଷି ସହକାରୀ ଅଧିକାରିଣୀ ପଦ୍ମିନୀ ବଳଙ୍କ ପୌରୋହିତ୍ୟ ଓ କୃଷିଵିତ୍ ରଘୁନାଥ ଚୈ।ଧୁରୀ ଙ୍କ ସଂଯୋଜନା ରେ ଆୟୋଜିତ କର୍ମଶାଳାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ,ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ ଙ୍କ ସମେତ କୃଷି, ମତ୍ସ୍ୟ,ପଶୁ ସଂପଦ, ମୂର୍ତ୍ତିକା ସଂରକ୍ଷଣ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ କୃଷକ ଓ କୃଷି ର ଉନ୍ନତି ପାଇଁ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ସାହୁ, ବିମଳ ପଣ୍ଡା, ଶୁଭେନ୍ଦୁ ପଣ୍ଡା,ସମୀର ସେନାପତି, କ୍ଷିତେନ୍ଦ୍ର ମିତ୍ର, ରତ୍ନାକର ରାଉତ, ଦିପୁ ମଣ୍ଡଲ, ପ୍ରଦୀପ୍ତ ଦାସ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ।
