ଭୁବନେଶ୍ୱର,୨୮/୧୧/୨୦୨୫ (ଓଡ଼ିଶା ସମାଚାର)-ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମାମାଡ଼ ହୋଇଛି । ଗାଡ଼କଣ ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମୁଖ୍ୟ ଗେଟ୍ ଆଗରେ ବୋମା ବିସ୍ଫୋରଣ ହୋଇଥିଲା। ଆଜି ସକାଳ ୮ ଟାରେ ସ୍କୁଲରେ କ୍ଲାସ ଆରମ୍ଭ ହେବା ମାତ୍ରେ କେହି ଜଣେ ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛି । ବାଇକରେ ଆସି ଦୁଇଟି ବୋମାମାଡ କରିଥିଲେ ଦୁର୍ବୃତ୍ତ ।
ବିଦ୍ୟାଳୟ ର ୩ ନମ୍ବର ଗେଟ ସମ୍ମୁଖରେ ବୋମା ଫୁଟିଥିଲା । ବୋମା ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର ଥରିଯାଇଥିଲା । ହେଲେ ବୋମାମାଡରେ କୌଣସି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ପୋଲିସ ପହଞ୍ଚି ଛାନଭିନ ଚଳାଇଛି। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ରହିଥିବାରୁ ସିସିଟିଭି ଆଧାରରେ ତଦନ୍ତ ଜାରି ରହିଛି । କିଏ ଓ କାହିଁକି ବୋମାମାଡ କରିଲା ତାହାର କାରଣ ଜଣାପଡିନାହିଁ ।
