ଜଗନ୍ନାଥ ପ୍ରସାଦ,୧୬/୦୩/୨୦୨୫ (ଓଡ଼ିଶା ସମାଚାର)- ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଭଞ୍ଜନଗର ଭୁବନେଶ୍ୱର ରାଜ୍ୟ ରାଜପଥ ୨୧ ନମ୍ବର ପଞ୍ଚଭୂତି ଚୂଡ଼ାମିଲ ବୁଲାଣି ଛକ ଠାରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ବିପରୀତ ଦିଗରୁ ଆସୁଥିବା ସ୍କୁଟିକୁ ସରକାରୀ ବସଟି ଧକ୍କା ଦେଇ ଘୋଷାଡ଼ି ନେଇଥିଲା ।
ଘଟଣା ସ୍ଥଳରେ ଚଢିଆପଲ୍ଲୀ ଗ୍ରାମ କାଳିକା ସାହିର ଜଗନ୍ନାଥ ନାଇକଙ୍କ ବଡ଼ ପୁଅ ଦିପକ ନାଇକ(୨୧)ଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ବଡବାପା ଭିକାରି ନାଇକଙ୍କ ମଝିଆ ଝିଅ ଯଶୋଦା ନାଇକ(୨୫) ଗୁରୁତର ଆହତ ଅଛନ୍ତି । ଦୁର୍ଘଟଣା ସ୍ଥାନରେ ସ୍ଥାନୀୟ ପୋଲିସ ପହଂଚି ଗୁରୁତର ଆହତ ଯଶୋଦାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଭଞ୍ଜନଗରକୁ ପଠା ଯାଇଛି ।
ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ ସରକାରୀ ବସ ଓ ସ୍କୁଟିକୁ ସ୍ଥାନୀୟ ପୋଲିସ ଜବତ କରିଛି । ଉତ୍ୟକ୍ତ ଲୋକେ ୨୧ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ତହସିଲଦାର ଓ ପୋଲିସ ପହଂଚି ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟିଛି ।