ଖୋର୍ଦ୍ଧା, ୨୦/୦୧/୨୦୨୪ ( ଓଡ଼ିଶା ସମାଚାର / ହିମାଂଶୁ ଭୁଷଣ ଚମ୍ପତିରାୟ)- ଓଡ଼ିଶା ସାମ୍ବାଦିକ ୟୁନିଅନ(ଓ ୟୁ ଜେ) ର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ଙ୍କ ଆହ୍ବାନକ୍ରମେ ରାଜ୍ୟ ର ପ୍ରତି ଜିଲ୍ଲା ସଙ୍ଗଠନ ପକ୍ଷରୁ ୩ ଦଫା ଦାବି ପୂରଣ ପାଇଁ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଉଛି। ଏହି ପରିପେକ୍ଷୀ ରେ ଆଜି ଓୟୁଜେ ଖୋର୍ଦ୍ଧା ଜିଲ୍ଲା ଶାଖା (କେଡିୟୁଜେ) ପକ୍ଷରୁ ଜିଲ୍ଲା ସଭାପତି ତପନ କୁମାର ନାୟକ ଙ୍କ ଗହଣରେ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ, ଜିଲ୍ଲା ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର, ଉପ ସଭାପତି ସୟଦ୍ ଅନ୍ସର୍ ଅଲ୍ଲୀ, ଉପଦେଷ୍ଟା ସନତ ପଟ୍ଟନାୟକ, ଜୟନ୍ତ ରାୟ, କୋଷାଧ୍ୟକ୍ଷ ଅଜିତ ମିଶ୍ର ଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ବିଶ୍ବାଳ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟ କ୍ରମରେ ସଂଗଠନ ର ସକ୍ରିୟ ସଭ୍ୟ ରାଜେଶ କୁମାର ମହାନ୍ତି, ଶୁଭଲକ୍ଷ୍ମି ସାମନ୍ତରାୟ,ଗୋପାଳ କୃଷ୍ଣ ପ୍ରଧାନ, ଚନ୍ଦନ ସୁନ୍ଦରାୟ,ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଅୟସ ମହାନ୍ତି,ସନ୍ଦୀପ କୁମାର ବର୍ମନ,ମହମ୍ମଦ ଖାଁ ,ରାକେଶ କୁମାର ଦାସ, ସେକ୍ ଅନୁଅର୍ ଅଲ୍ଲୀ ,ଶିବ ଚରଣ ସିଂ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ପ୍ରତିକୂଳ ପରିସ୍ଥିତି ରେ କାର୍ଯ୍ୟ କଲାବେଳେ ସାମ୍ବାଦିକ ମାନେ ଯେଭଳି ମରଣାନ୍ତକ ଆକ୍ରମଣ ର ଶିକାର ହେଉଛନ୍ତି ସେଥିପାଇଁ ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା,ଜୀବନ ସାରା ସମାଜ ପାଇଁ ଖଟି ଖଟି ପରିଣତ ବୟସରେ ସାମ୍ବାଦିକମାନେ ଯେଭଳି ଆର୍ଥିକ ଅନାଟନ ମଧ୍ୟରେ ପେଶି ହେଉଛନ୍ତି ତାହାକୁ ହୃଦୟଙ୍ଗମ କରି କେତେକ ରାଜ୍ୟ ସରକାର ପେନସନ ବ୍ୟବସ୍ଥା ଲାଗୁକରି ସାରିଥିବାବେଳେ ଓଡ଼ିଶା ସରକାର ଅବିଳମ୍ବେ ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ୩ ଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ଅନୁପସ୍ଥିତି ରେ ଡେପୁଟି କଲେକ୍ଟର ଦାବିପତ୍ର କୁ ଗ୍ରହଣ କରିଥିଲେ ।