ଟ୍ରକ୍ ଧକାରେ ଜଣେ ମୃତ

ମାହାଙ୍ଗା ୨୧/୦୭/୨୦୨୫ (ଓଡ଼ିଶା ସମାଚାର)- ମାହାଙ୍ଗା ବ୍ଲକ୍ କଇଥା ଗ୍ରାମ ପଞ୍ଚାୟତ କନକେଇ ଠାକୁରାଣୀଙ୍କ ପୀଠ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଶୋରାଜପୁର ଗାଁର ୫୩ ବର୍ଷୀୟ ପ୍ରଫୁଲ୍ଲ ମହାରଣାଙ୍କର ମୃତ୍ୟୁ ହୋଇଛି । ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରି ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ମାହାଙ୍ଗା ବ୍ଲକ୍ କଇଥା ଗ୍ରାମପଞ୍ଚାୟତ କନକେଇ ଠାକୁରାଣୀଙ୍କ ପୀଠ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା ବେଳେ ପ୍ରଫୁଲ୍ଲ ନିଜ ଘରୁ ବାହାରି ସେହି ରାସ୍ତା ଦେଇ ଯାଉଥିଲେ । ଉକ୍ତ ଟ୍ରକ୍ଟି ପ୍ରଫୁଲ୍ଲଙ୍କୁ ଧକ୍କା ଦେବାରୁ ପ୍ରଫୁଲ୍ଲ ତଳେ ପଡ଼ିଯାଇଥିଲେ ଓ ଟ୍ରକ୍ ଟି ତାଙ୍କ ଛାତି ଉପରେ ଚଢ଼ି ଯାଇଥିଲା । ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ପ୍ରଫୁଲ୍ଲଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ମାହାଙ୍ଗା ଥାନା ଅଧିକାରୀ ତପନ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଜବତ କରିବା ସହିତ ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *