କୃଷି ଓଭର୍‍ସିଅର ଙ୍କ ମାସିକ ଗସ୍ତଭତ୍ତା ବୃଦ୍ଧି

ଭୁବନେଶ୍ୱର,୧୬/୦୫/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କୃଷି ଓଭର୍‍ସିଅର ଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କୃଷି ଓଭର୍‍ସିଅରଙ୍କୁ ଅତି କମରେ ୨୦ ଦିନ ଗସ୍ତ କରିବାକୁ ପଡ଼ିଥାଏ।

ପୂର୍ବରୁ ସେମାନଙ୍କ ମାସିକ ଗସ୍ତଭତ୍ତା ୩୦୦ ଟଙ୍କା ଥିବାବେଳେ ୨୦୨୩ ରେ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହାପରେ ସମାନ ସ୍ତରରେ ଥିବା ଅଧିକାଂଶ ପଦବୀ ଗୁଡ଼ିକର ମାସିକ ଗସ୍ତଭତ୍ତା ବୃଦ୍ଧି ପାଇଥିବା ବେଳେ କୃଷି ଓଭର୍‍ସିଅରଙ୍କ ଭତ୍ତା ବଢ଼ି ନ ଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷି ଓଭର୍‍ସିଅରମାନେ ନିୟମିତ ଭାବେ ଗସ୍ତ କରିବା ପାଇଁ ପ୍ରୋତ୍ସାହିତ ହେବେ। ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ୧୫୬୭ ଟି କୃଷି ଓଭର୍‍ସିଅର ପଦବୀ ଥିବାବେଳେ ବର୍ତ୍ତମାନ ୧୨୫୭ ଜଣ କାର୍ଯ୍ୟରତ ଅଛନ୍ତି।

Leave a Reply

Your email address will not be published. Required fields are marked *