ଵିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ କନ୍ଦରପୁର ଧାନମଣ୍ଡି ପରିଦର୍ଶନ

କଟକ ସଦର, ୨୦/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କନ୍ଦରପୁର କୃଷକ ସେବା ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ଧାନମଣ୍ଡିକୁ ଆଜି ଶନିବାର ଦିନ ଵିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ପରିଦର୍ଶନ କରିବା ସହିତ କଟନି ଛଟନି ହେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ମଣ୍ଡିରେ ଚାଷୀଙ୍କ ଅପେକ୍ଷା ପାଇଁ କୈ।ଣସି ସୁବିଧା ନଥିବା ଏଵଂ ପାନୀୟ ଜଳର ବ୍ୟବସ୍ଥା ନଥିବା ଦେଖି ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସମିତି ସଂପାଦକଙ୍କୁ ତାଗିଦ୍ କରିଥିଲେ। ଏଥିରେ ସମିତିର ପୂର୍ବତନ ସଭାପତି ତଥା ଵିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ସମିତିର ପୂର୍ବତନ ସଭାପତି ପ୍ରତିଭା ସତପଥି, ପ୍ରଦୀପ ବେହେରା, ଅଭୟ ସ୍ୱାଇଁ, ଯୋଗେନ୍ଦ୍ର ଭୋଇ, ଗୋକୁଳ ଚନ୍ଦ୍ର ପ୍ରଧାନ, ଅଜୟ ରାଉତ, ଉଲ୍ଲାସ ଦାସ, ରବିନ୍ଦ୍ର ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *