ଯାଜପୁର , ୩/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ଯାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବନମହୋତ୍ସବ ସପ୍ତାହ ପାଳନ ଅବସର ରେ ସ୍ଥାନୀୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଦ୍ୟାଳୟ ପରିସର ରେ ଚାରା ରୋପଣ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଦୈରାଜଜ୍ ତଥା ଅଧ୍ଯକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଡ଼ ଜୀବନ ଜ୍ୟୋତି ରଥ, ପରିବାର ଅଦାଲତ ଜଜ୍ ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଦୌରାଜଜ୍ ଶ୍ରୀ ସୁନୀଲ କୁମାର ଦାସ, ସ୍ପେସାଲ ଜଜ୍ ପୋକ୍ସ କୋର୍ଟ ଶ୍ରୀ ଅଭିଜିତ ପଲେଇ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ସର୍ବେଶ୍ୱର ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସତ୍ୟପ୍ରକାଶ ରାୟ ଚୌଧୁରୀ ,ଏଲ୍ଆର ଏବଂ ଏକ୍ଟିଭି କ୍ଟିଭି ଶ୍ରୀମତୀ ଲପାମୁଦ୍ରା ବେହେରା, ଅତିରିକ୍ତ ବରିଷ୍ଟ ଦୈୱାନୀ ବିଚାରପତି ଶ୍ରୀମତୀ ମନସ୍ବିନୀ ରଥ, ରେଜିଷ୍ଟାର ସିଭିଲ୍ କୋର୍ଟ ଶ୍ରୀ ମାନସ ରଞ୍ଜନ ସାମନ୍ତରାୟ,ଏସ୍ .ଡି.ଜି.ଏମ୍ ଶ୍ରୀମତୀ ଇପ୍ସିତା ନନ୍ଦ,ଦେୱାନୀ ବିଚାରପତି ଶ୍ରୀ ପାରସ ପାଢୀ,ଜେ ଏମ୍ ଏଫ୍ .ସି ଶ୍ରୀ ସୁନାରାମ ମାଝି ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ଓ ସଂପୃକ୍ତ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏଥିରେ ପୂର୍ଣ ସହଯୋଗ କରିଥିବାବେଳେ ବିଦ୍ୟାଳୟ ସ୍ତରୀୟ ଲିଗାଲ୍ କ୍ଲବ୍ ସଦସ୍ୟ,ପାନେଲ୍ ଲୟର ପାରାଲିଗାଲ ଭଲେଣ୍ଟିୟର ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ ବାଳିକା ଉଚ୍ଚ ବିଦ୍ୟାଳୟ ର କର୍ମଚାରୀ ଏବଂ ଶିକ୍ଷା କର୍ମଚାରୀ ମାନେ ସହଯୋଗ କରିଥିଲେ।