ଶହିଦ୍ ଦିବସରେ ସାମିଲ ହେବାକୁ ଯୁବ ଛାତ୍ର ଗୋଷ୍ଟିଙ୍କୁ ଅହ୍ୱାନ ରଖିଲା ଆଠଗଡ ବିଜୁ ଯୁବ ଛାତ୍ର ଜନତା ଦଳ

ଆଠଗଡ,୨୯/୦୧/୨୦୨୬ (ଓଡ଼ିଶା ସମାଚାର)- ଶହିଦ୍ ଦିବସରେ ସାମିଲ ହେବାକୁ ଯୁବ ଗୋଷ୍ଠିଙ୍କୁ ଆହ୍ୱାନ ରଖିଛି ଆଠଗଡ ବିଜୁ ଯୁବଛାତ୍ର ଜନତା ଦଳ । ଏହି ପରିପ୍ରେକ୍ଷିରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖରାପ ଚିତ୍ରଣ କରି ଯୁବଗୋଷ୍ଠି ଙ୍କୁ ବିଭ୍ରାନ୍ତ କରାଯାଉଛି । ପକୃତ ଇତିହାସ ନ ଜଣି ଜୁବ ଗୋଷ୍ଟିଙ୍କୁ ବିଭ୍ରାନ୍ତ କରାଯାଉଛି । ଗାନ୍ଧୀଙ୍କ ବିଚାରା ଧାରାକୁ ଭଲ ପାଉଥିବା ତଥା ତାଙ୍କ ନୀତି ଆଦର୍ଶରେ ପରିଚାଳିତ ଆଠଗଡ ବିଜୁ ଯୁବ ଛାତ୍ର ଜନତା ଦଳ ଗାନ୍ଧିବାଦକୁ ଘରେ ଘରେ ପହଁଚାଇବା ପାଇଁ ପ୍ରୟାସ ଜାରି ରଖିଛି ।

ଜାନୁୟାରୀ ୩୦ ତାରିଖ ଶହିଦ୍ ଦିବସରେ ଦଳ ପକ୍ଷରୁ ବ୍ୟାପକ କାର୍ୟ୍ୟକ୍ରମ କରାଯିବା ସହିତ ସନ୍ଧ୍ୟାରେ ଏକ ନିରବ ଶୋଭାଯାତ୍ରା କରାଯାଇ ସ୍ଥାନିୟ ପୁରଣା ବସଷ୍ଟାଣ୍ଡ ଲକ୍ଷ୍ମୀ ବଜାର ଠାରେ ଗାନ୍ଧୀଙ୍କ ଜୀବନ ଦର୍ଶନକୁ ନେଇ ଏକ ଚଳଚିତ୍ର ପ୍ରଦର୍ଶନ କରାଯିବା ସହିତ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ଏବଂ ଏଥିରେ ବହୁସଂଖ୍ୟାରେ ସାମିଲ ହେବାକୁ ଛାତ୍ର ଏବଂ ଯୁବଗୋଷ୍ଠିଙ୍କୁ ଆହ୍ୱାନ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ନଗର ସଭାପତି ମହମ୍ମଦ ଖାଲିଦଙ୍କ ସହିତ ସାଧାରଣ ସଂପାଦକ ରିଙ୍କୁ ପତ୍ରୀ ଏବଂ ଗିରିଜା ପ୍ରସାଦ ପରିଡା, ଦିନେଶ ପ୍ରଧାନ, ଜନ୍ମଜୟ ଦାସ, ଶକ୍ତିକାନ୍ତ ସାହୁ, ବିନୋଦ ମାଝୀ, ତୋଫାନ ସାମଲ, ମନୋଜ ଦଳେଇ, ହିମାଂଶୁ ଶେଖର ସ୍ୱାଇଁ, ସ୍ମୃତି ରଞ୍ଜନ ବର୍ଦ୍ଧନ, ଭିକି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *