ରାଉରକେଲା, ୨୦/୦୧/୨୦୨୪ (ଓଡ଼ିଶା ସମାଚାର)- ସହରର ସାମାଜିକ ତଥା ସହିଦ୍ ଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟ୍ରଷ୍ଟ ତରଫରୁ ଆସନ୍ତା ୨୨ ତାରିଖରେ ଦ୍ବିତୀୟ ସହିଦ୍ ସମ୍ମାନ ସମାରୋହ ୨୦୨୪ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର୪ ସ୍ଥିତ ଲୀଲା ହୋଟେଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଟ୍ରଷ୍ଟ ର ଅଧ୍ୟକ୍ଷ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଓ ଟ୍ରଷ୍ଟି ଆରଏସପିର ପ୍ରାକ୍ତନ ମୁଖ୍ୟ ପ୍ରୋଟୋକଲ ଚନ୍ଦ୍ର ଶେଖର ଶତପଥୀ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଗତବର୍ଷ ଆମ ଅନୁଷ୍ଠାନ ୧୩ଜଣ ସହିଦ୍ ଙ୍କ ପରିବାରଙ୍କୁ ସମ୍ମାନିତ କରିଥିବା ବେଳେ ଚଳିତ ବର୍ଷ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ୮ଜଣ ସହିଦ୍ ପରିବାରକୁ ସମ୍ମାନିତ କରାଯିବ। ସହିଦ୍ ଙ୍କ ମଧ୍ୟରେ ବାଲିଶଙ୍କରା ବ୍ଲକରୁ ଡେଭିଡ କେରକେଟା ଓ ରାଜେଶ କୁମାର ଏକ୍କା, କୁତ୍ରା ବ୍ଲକ ର ପରମେଶ୍ବର ଲାକ୍ରା,ଟାଙ୍ଗରପାଲୀ ବ୍ଲକର ବିକ୍ରମ ମିଞ୍ଜ, ଆନନ୍ଦପୁର ର ସୁଶାନ୍ତ ଖୁଣ୍ଟିଆ, ରାଜଗାଙ୍ଗପୁର ବ୍ଲକର କ୍ରୀଷ୍ଣା ତିର୍କି ଓ ଅଞ୍ଚିତ କୁମାର ତିର୍କି, ବନ୍ଧମୁଣ୍ଡା ବ୍ଲକର ଶୁଶିଲ କୁମାର ପାତ୍ର ଙ୍କ ପରିବାର କୁ ସମ୍ମାନିତ କରାଯିବ। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ସହିଦ୍ ଙ୍କ ପରିବାରଙ୍କୁ ସେମାନଙ୍କ ଗ୍ରାମରେ ସାକ୍ଷାତ କରି ରାଉରକେଲା କୁ ଆସିବା ପାଇଁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ ବୋଲି ଜଣାପଡିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀ ତନ୍ତୀ, ଟ୍ରଷ୍ଟି ଶ୍ରୀ ଶତପଥି ଙ୍କ ବ୍ୟତୀତ ସାଧାରଣ ସମ୍ପାଦକ ସଙ୍କୀର୍ତ୍ତନ ଜୟପୁରିଆ, କୋଷାଧ୍ୟକ୍ଷ ରୋହିତ କୁମାର ମହାନନ୍ଦିଆ, ସଭ୍ୟ ବିଶ୍ବଜିତ ଜେନା, ସଞ୍ଜୟ ପ୍ରଧାନ, ଅଶ୍ବିନୀ କୁମାର ଶାସିନୀ, ଉଛ୍ଛବ କୁମାର ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦେବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି।