ରାଷ୍ଟ୍ରପତି ଙ୍କୁ ଅପମାନିତ କରିଥିବାରୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ – ବରିଷ୍ଠ ବିଜେପି ନେତ୍ରୀ ସୁଜାତା ବାରିକ୍

ଭୁବନେଶ୍ୱର, ୩୧/୦୧/୨୦୨୫ (ଓଡ଼ିଶା ସମାଚାର)-  ମାନନୀୟ ରାଷ୍ଟ୍ରପତି ଆଜି ସଂସଦର ବଜେଟ ଅଧିବେଶନ ର ଉଦ୍ଘାଟନୀ ଭାଷଣ ଦେଇଛନ୍ତି  ।  ମହାମହିମ ରାଷ୍ଟ୍ରପତି ଙ୍କର ଅଭିଭାଷଣ କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଯେଉଁଭଳି ତାଚ୍ଛଲ୍ୟ କରି ସାମ୍ବାଦିକ ମାନଙ୍କ ନିକଟରେ କହିଛନ୍ତି ତାହା ସୋନିଆ ଗାନ୍ଧୀ ଓ  କଂଗ୍ରେସର ସାମନ୍ତବାଦୀ ମାନସିକତା ର ପ୍ରତିଫଳନ । ଏହା ଓଡ଼ିଆ ବିରୋଧୀ ଆଦିବାସୀ ବିରୋଧୀ ଓ ଗରିବ ବିରୋଧୀ ବୋଲି ବରିଷ୍ଠ ବିଜେପି ନେତ୍ରୀ ସୁଜାତା ବାରିକ୍ ଏକ ପ୍ରେସ ବିବୃତି ଦେଇ ନିନ୍ଦା କରିଛନ୍ତି  ।

ସୋନିଆଙ୍କର ଏହି ବକ୍ତବ୍ୟ ଓଡ଼ିଆ ଅସ୍ମିତା ପ୍ରତି ଓ ଆଦିବାସୀ ସମାଜ ପ୍ରତି ଘୋର ଅପମାନ ଜନକ । ରାଷ୍ଟ୍ରପତି ପଦବୀର ଏହା  ମର୍ଯ୍ୟାଦା ହାନି କରୁଛି ବୋଲି କହିବା ସହିତ ଏଥିପାଇଁ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ଶ୍ରୀମତୀ ବାରିକ୍ ଦାବି କରିଛନ୍ତି  ।

 

Leave a Reply

Your email address will not be published. Required fields are marked *