କନ୍ଦରପୁର ଠାରେ ଜୋନ୍ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା 

କଟକ ସଦର,୨୬/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ଯୋଜନା ଆନୁକୂଲ୍ୟରେ କଟକ ସଦର ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା କିଶନନଗର ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବୁଧବାର ଦିନ କନ୍ଦରପୁର ଠାରେ ଜୋନ୍ ସ୍ତରୀୟ କର୍ମଶାଳା ବ୍ଲକ୍ ଉଦ୍ୟାନ କୃଷି ସହକାରୀ ଅଧିକାରୀ ଦେଵୀ ପ୍ରସାଦ ରାଉତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

କନ୍ଦରପୁର ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ରାଉଳ ଙ୍କ ସଂଯୋଜନା ରେ ଆୟୋଜିତ କର୍ମଶାଳାରେ କଟକ ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ସରପଂଚ ସୁଭାଷିନୀ ରାଉତ, ବିଜେପି ନେତ୍ରୀ ପ୍ରତିଭା ଶତପଥୀ, କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ଗୋକୁଳ ପ୍ରଧାନ,ଅଭୟ ସ୍ୱ।ଇଁ, ଲକ୍ଷ୍ମୀପ୍ରିୟା ସ୍ୱ।ଇଁ, ନିମାଇଁ ମହାପାତ୍ର, ସୁରେଶ ଜେନା,ପ୍ରମୁଖ ଯୋଗ ଦେଇ ଉଦ୍ୟାନ କୃଷି ଉପରେ ଆତ୍ମନିର୍ଭରଶୀଳ ହେବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ କନ୍ଦରପୁର ବିଜେପି ମଣ୍ଡଳ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *