କିଶନନଗର ସତ୍ୟସାଇ ମନ୍ଦିରରେ ରକ୍ତଦାନ ଶିଵିର,୪୦ ୟୁନିଟ୍ ରକ୍ତ ସଂଗ୍ରହ

କଟକ ସଦର, ୨୩/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଅବସ୍ଥିତ ସତ୍ୟସାଇ ଆଧ୍ୟାତ୍ମିକ, ଶିକ୍ଷା ଓ ସେବା କେନ୍ଦ୍ର ପକ୍ଷରୁ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ଆଜି ରବିବାର ଦିନ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ମହୋତ୍ସବ ମହାସମାରୋହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ସେବା କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିର ରେ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସମିତି ର ସଭାପତି ଅକ୍ଷୟ କୁମାର ବେହେରାଙ୍କ ସମେତ ଦିଲିପ କୁମାର ବେହେରା, ସୁଶାନ୍ତ କୁମାର ବେହେରା, ସନ୍ତୋଷ କୁମାର ରାଉତ, ଅମୂଲ୍ୟ ସାହୁ, ସତ୍ୟ ସିଦ୍ଧାନ୍ତ ଦାଶ, ନିରଞ୍ଜନ ସେଠୀ, ସୁକାନ୍ତ ଦାସ, ସତ୍ୟ ରଂଜନ ବିଟ୍ ପ୍ରମୁଖ ସମସ୍ତ ସାଇ ପରିବାର ସଦସ୍ୟ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *