ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ କୁ କଳିଙ୍ଗ ସୁରକ୍ଷା ସମ୍ମାନ

 ବଡ଼ବିଲ,୨୩/୧୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା  ଯୋଡ଼ା ବ୍ଳକ ଅନ୍ତର୍ଗତ ଟନ୍ଟ ଗ୍ରାମରେ ଅବସ୍ଥିତ  ନର୍ଭେରାମ ପାୱାର ଆଣ୍ଡ ଷ୍ଟିଲ କମ୍ପାନୀ ଦ୍ଵାରା ପରଚାଳିତ ରୋଇଡା ଟୁ ଆଇରନ ଓର ମାଇନ୍ସ କୁ ପ୍ଲାଟିନମ କାଟେଗୋରି ରେ କଳିଙ୍ଗ ସୁରକ୍ଷା ସମ୍ମାନ -୨୦୨୪ ରେ ସମ୍ମାନିତ କରା ଯାଇଛି । ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲ ରେ  ଏହି  ସୁରକ୍ଷା ସମ୍ମାନ ଆଇ କ୍ୟୁ  ଇ ଏମ ଏସ ସଂସ୍ଥା ଦ୍ଵାରା  ନଭେମ୍ବର ୧୯ ତାରିଖ ଦିନ କରା ଆୟୋଜନ ଯାଇଥିଲା ।

ଦେଶର ପ୍ରାୟ ୧୨୦ ଟି କମ୍ପାନୀ ଏହି ସମ୍ମାନ ପାଇବାକୁ ପ୍ରତିଯୋଗୀ ଥିଲେ ।  କମ୍ପାନୀର  ଉପ ସଭାପତି ସଦାନନ୍ଦ ରଣା ଏହି ସମ୍ମାନ ଗ୍ରହଣ କରିଥିବା ବେଳେ  କମ୍ପାନୀର ଖଣି ଉପପ୍ରବନ୍ଧକ୍  ସଞ୍ଜୟ ସାମଲ ଓ ମାନବ ସମ୍ବଳ ବିଭାଗ ବିଭାଗର ସୌଭାଗ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସଚିବାଳୟ ର  ବାଚସ୍ପତି ସୁରମା ପାଢ଼ୀ ଙ୍କ ଦ୍ଵାରା ଏହି ପୁରସ୍କାର ପ୍ରଦାନ କରା ଯାଇଥିଲା । ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ସମରୋହ ରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *