ଆଶ୍ରମ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭଲପାଠ ପଢ଼ି ମଣିଷ ହୁଅ

                         ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ଶୁଣିଲେ ପିଲାଙ୍କ ଗହଣରେ
ଭୁବନେଶ୍ୱର,୨୮/୦୭/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୨୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଂଚଳ ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ପିଲାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍’ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

‘ମନ୍ କୀ ବାତ୍’ରେ ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ସାନ୍ତାଳୀ ଶାଢୀ ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷା ଦିଗରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ଥିଲା ୧୨୪ତମ ଅଧ୍ୟାୟ ।

ମୁଖ୍ୟମନ୍ତ୍ରୀ ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ପିଲାଙ୍କ ସହ ଏହି କାର୍ଯ୍ୟକ୍ରମ ଶୁଣିବା ସହ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ ।

ଏଥି ସହିତ ପିଲାମାନଙ୍କୁ ଭଲ ପାଠପଢ଼ି, କଠିନ ପରିଶ୍ରମ କରି ସଫଳତାର ସହିତ ବଡ଼ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶ୍ରମ ପରିସରରେ ଏକ ନିମ୍ବ ବୃକ୍ଷ ଚାରା ମଧ୍ୟ ରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *