ଭୁବନେଶ୍ୱର,୧୭/୧୧/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବ୍ୟାଡମିଂଟନ ଜଗତର ଅନନ୍ୟ ପ୍ରତିଭା ଓଡ଼ିଶାର ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ଚଳିତ ବର୍ଷର ୩୩ତମ ଏକଲବ୍ୟ ପୁରସ୍କାର ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ପ୍ରଦାନ କରାଯାଇଛି । ତାଙ୍କୁ ଟ୍ରଫି ସହିତ ୭ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ଉପବିଜେତା ଭାରୋତୋଳକ ପ୍ରୀତିସ୍ମିତା ଭୋଇ ଏବଂ ଟେନିସ୍ ଖେଳାଳି ଆହାନଙ୍କୁ ମଧ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଉତ୍କôୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା ।
ମାନପତ୍ର ବ୍ୟତୀତ, ପୁରସ୍କାରପ୍ରଦାନ ଉତ୍ସବରେ ସେମାନଙ୍କୁ ୧.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଆଇପିଏସ୍ (ଅବସରପ୍ରାପ୍ତ) ସମ୍ମାନିତଅତିଥି ଭାବରେ ଯୋଗ ଦେଇଥିଲେ । ଏକଲବ୍ୟ ପୁରସ୍କାର କମିଟି-୨୦୨୫ର ଅଧ୍ୟକ୍ଷ ଏବଂ ଇମ୍ପାକ୍ଟର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ସମ୍ମାନିତ ଜୁରି ସଦସ୍ୟଙ୍କ ସହିତ ଉପସ୍ଥିତ ଥିଲେ । ଇମ୍ପାକ୍ଟର ଟ୍ରଷ୍ଟି ପାରମିତା ପଣ୍ଡାଙ୍କ ଧନ୍ୟବାଦ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା ଏବଂ ପୁରସ୍କାର ବିତରଣ ଉତ୍ସବକୁ ଏକଲବ୍ୟ ପୁରସ୍କାର କମିଟି-୨୦୨୫ର ସଂଯୋଜକ ଏବଂ ଇମ୍ଫା କର୍ପୋରେଟ୍ ବ୍ୟାପାର ମୁଖ୍ୟ ଅଶ୍ୱିନୀ ପ୍ରସାଦ ମହାନ୍ତି ପରିଚାଳନା କରିଥିଲେ ।
